jayashree

ଜିଲ୍ଲାସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ସେଣ୍ଟନାରୀ ହଲରେ ଜିଲ୍ଲାସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସଂପାଦକ ତଥା ଜାତୀୟ ସ୍ତରୀୟ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୁଖ୍ୟଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ସମ୍ମାନିତ ଅତିଥି ସବ୍‌ ଡିଭିଜନାଲ ପୋଲିସ ଅଫିସର ସରୋଜ ଉପାଧ୍ୟାୟ ଓ ଓଡିଶା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ମନମୋହନ ଭଞ୍ଜ ଯୋଗଦାନ କରି କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ମେଡାଲ ସହ ପୁରସ୍କୃତ କରିଥିଲେ । ଆଜି ଦିନରେ ଝିଅମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ଶିଖିବା ଅତ୍ୟନ୍ତ ଜରୁରୀ ଯାହାକି ଟାଇକଣ୍ଡୋର ଏହା ଏକ ଅଂଶ ବୋଲି ମୁଖ୍ୟଅତିଥି ଶ୍ରୀ ବେହେରା କହିଥିବା ବେଳେ ପୋଲିସ ବିଭାଗର ଟ୍ରେନିଂ ସମୟରେ ଶାରିରୀକ ଖେଳକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ବୋଲି ସମ୍ମାନିତ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ । ମାନସିକ ସ୍ତରରେ ଓ ଶାରିରୀକ ସ୍ତରରେ ବିକାଶ ଆଣିବାକୁ କ୍ରୀଡାର ଆବଶ୍ୟକତା ରହିଥିବା କୋଚ ଅସୀମ ଭୋଇ କହିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ କୋଣରୁ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ ଆନନ୍ଦ ପାଢି, ଭୁବନେଶ୍ୱର ଭୋଇ ଓ ପ୍ରଫୁଲ୍ଲ ପଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.