jayashree

ପ୍ରତିଷ୍ଠା ଦିବସ ପାଳନ ପାଇଁ ବିଭିନ୍ନ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ଇଣ୍ଡିଆର ୧୪ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗରେ ରଚନା, ରାଇମ୍ସ, କୌତୁକ ପୋଷାକ, ଏକକ ଅଭିନୟ, ବତ୍କୃତା, ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାର ବିଚାରକ ଭାବେ ମମତା ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା, ଡ. ଅପର୍ଣ୍ଣା ଧର, ଶିଳ୍ପା ପ୍ରସନ କୁମାର, ଫତିମା ଫିରୋଜ ଘଡିଆନୀ, ମେରୀ ଥୋମାସ, ଲଳିତେନ୍ଦୁ ମହାନ୍ତି, ଗୌତମ ରାୟ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତା ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ । ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅନୁଷ୍ଠାନର ୧୪ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସମ୍ମାନିତ କରାଯିବ । କାର୍ଯ୍ୟକ୍ରମ ପରିଚାଳନାରେ ଧନଲକ୍ଷ୍ମୀ, ଶାସ୍ୱତୀ, ଅନିକେତ, ରିୟା, ଆଶ୍ରିତା ଓ କୃତିସ୍ମିତା ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଅନ୍ୟତମ କାର୍ଯ୍ୟକ୍ରମ ୧୨୫ ତମ ମାଗଣା ହାଟ ଓ ସାମୂହିକ ଜନ୍ମଦିନ ପାଳନ କରାଯାଇଥିଲା । ସେକ୍ଟର ୨୦ ସ୍ଥିତ ବୈକୁଣ୍ଠ ଘାଟ ନିକଟସ୍ଥ ନୂତନ ଭାବେ ନିର୍ମିତ ହୋଇଥିବା ପାର୍କ ଠାରେ ଜଗଦା ମାନବ ସେବା ସଦନର ଅନ୍ତେବାସୀଙ୍କ ସହ ଜନ୍ମଦିନ ପାଳନ କରାଯାଇଥିଲା । ଚଳିତ ମାସରେ ଜନ୍ମଗ୍ରହଣ କରିଥିବା ପ୍ରତ୍ୟେକଙ୍କ ପାଇଁ ଅନୁଷ୍ଠାନ ତରଫରୁ କେକ୍ କଟାଯାଇ ଉପହାର ପ୍ରଦାନ ଓ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.