jayashree

ଟିଟିଲାଗଡ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଶୁଣିଲେ କର୍ମୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ୧୩୪ତମ ମନ୍‌ କି ବାତ୍‌ ଶୁଣିବା ପାଇଁ ଟିଟିଲାଗଡ ବିଜେପି କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜେପି କର୍ମୀମାନେ ଆସି ଯୋଗ ଦେଇଥିଲେ । ଏହି ଅବସରରେ ଟିଟିଲାଗଡ ବିଧାୟକ ନବୀନ ଜୈନ, ଟିଟିଲାଗଡ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବ୍ୟଙ୍ଗକବି ଟିକେଲାଲ ବେହେରାଙ୍କ ସମେତ ବହୁ ଲୋକ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଶୁଣିଥିଲେ । କିଛିଦିନ ହେବ ଦେଶରେ ଲାଗି ରହିଥିବା ତେଲ, ଇନ୍ଧନ ଗ୍ୟାସ ସମସ୍ୟାର ସମାଧାନ ନିମନ୍ତେ ସବୁ ଜିନିଷର ସଦୁପଯୋଗ କରିବା ସହ ନିଜସ୍ୱ ରୋଜଗାର ଉପରେ ଗୁରୁତ୍ୱାରୋପ କରିଥିଲେ । ନିଜେ କିଭଳି ଆତ୍ମ ନିର୍ଭରଶୀଳ ହୋଇ ବ୍ୟବସାୟ ହେଉ କି ରୋଜଗାର କିପରି କରିହେବ ସେ ବିଷୟରେ ଆଲୋକପାତ କରିଥିଲେ । ଯୁବପିଢ଼ି ନିଜର, ନିଜ ଅଞ୍ଚଳର ବିକାଶ କରିବା ସହ ଦେଶର ବିକାଶରେ ସହଭାଗିତା ଗ୍ରହଣ କଲେ ଦେଶ ବିକଶିତ ରାଷ୍ଟ୍ରରେ ପରିଣତ ହେବ । ସେଥିପାଇଁ ଆତ୍ମ ନିର୍ଭର ଭାରତର ନାରା ଦେବା ସହ ସମସ୍ତେ ଏକଜୁଟ ହୋଇ ଦେଶକୁ ଆଗକୁ ନେବାକୁ ଆହ୍ୱାନ କରିଥିଲେ । ଟିଟିଲାଗଡ ବିଜେପି ବିଧାୟକ ଶ୍ରୀ ଜୈନ ରାଷ୍ଟ୍ର ନିର୍ମାଣରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମସ୍ତେ ମାନିବା ସହ ନିଜ ଅଞ୍ଚଳରେ ବ୍ୟବସାୟ ଓ ଚାଷ କାର୍ଯ୍ୟରେ ନୂତନ ସୁଯୋଗ ସୃଷ୍ଟି କରିବାକୁ ପଡିବ ବୋଲି କହିବା ସହ ସରକାର ସଦାବେଳେ ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରୁଥିବା କହିଛନ୍ତି ।

Leave A Reply

Your email address will not be published.