jayashree

ନୂତନ ଗଞ୍ଜାମ ଏସ୍‌ପି ଭାବେ ହରିଶ ବି.ସିଙ୍କ ଦାୟିତ୍ଵ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂତନ ଗଞ୍ଜାମ ଏସ୍‌ପି ଭାବେ ହରିଶ ବି.ସି. ଶୁକ୍ରବାର ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଦାୟିତ୍ୱ ଗ୍ରହଣ କରିଛନ୍ତି ।୨୦୨୦ ମସିହାରେ ଆଇପିଏସ୍ ଅଧିକାରୀ ଶ୍ରୀ ବି.ସି. ପ୍ରଥମେ ରାୟଗଡ଼ା ଜିଲ୍ଲାରେ ଅବସ୍ଥାପିତ ହୋଇଥିଲେ । ଦ୍ୱିତୀୟ ପର୍ୟ୍ୟାୟରେ ଶ୍ରୀ ବି.ସି. ଫୁଲବାଣୀ ଜିଲ୍ଲାରେ ଏବଂ ତୃତୀୟ ପର୍ଯ୍ୟାୟରେ ଅର୍ଥାତ୍ ବର୍ତ୍ତମାନ୍ ଗଞ୍ଜାମ ଜିଲ୍ଲାରେ ଅବସ୍ଥାପିତ ହୋଇଛନ୍ତି । ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଏଠାରେ ସୂଚନା ଯୋଗ୍ୟ ଯେ’ ରାଜ୍ୟ ସରକାରଙ୍କ ପକ୍ଷରୁ ତଥା ପୋଲିସ ମହାନିର୍ଦ୍ଦେଶକଙ୍କ ଠାରୁ ଆଦେଶନାମା ଜାରୀ ଅନୁସାରେ ନୂତନ ଗଞ୍ଜାମ ଏସ୍‌ପି ଭାବେ ହରିଶ ବି.ସି. ଆଜିଠାରୁ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ପୂର୍ବରୁ ଏଠାରେ ଅବସ୍ଥାପିତ ଥିବା ଗଞ୍ଜାମ ଜିଲ୍ଲା ଏସ୍‌ପି ଶୁଭେନ୍ଦୁ ପାତ୍ର ନୟାଗଡ଼ ଜିଲ୍ଲାକୁ ବଦଳି ହୋଇଛନ୍ତି । ଶ୍ରୀ ପାତ୍ରଙ୍କୁ ଆନୁଷ୍ଠାନିକ ଭାବେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.