jayashree

ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସର ଶୁଭାରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଓରମାସ୍ ସୁନ୍ଦରଗଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ “୧୦କେ ଏଫ୍‌ପିଓ” କାର୍ଯ୍ୟକ୍ରମ ଅଧୀନରେ କୃଷକମାନଙ୍କ ଜୀବିକା ସୁଦୃଢ କରିବା ଏବଂ କୃଷିଜାତ ଉତ୍ପାଦର ବଜାର ସଂଯୋଗ ସୁନିଶ୍ଚିତ କରିବାକୁ ଏକ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାଏକ “ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସ” ରଥକୁ ସବୁଜ ପତାକା ଦେଖାଇବା ସହ ମଦର ଡେରୀ, ଦିଲ୍ଲୀକୁ ଆମ୍ବ ରପ୍ତାନୀର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ସାର୍କିଟ ହାଉସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୁରଞ୍ଜନ କୁମାର ସାହୁ, ପୂର୍ବତନ ବିଧାୟକ ଶଙ୍କର ଓରାମ, ଓରମାସ ଡେପୁଟି ସିଇଓ କେଶବ ଝା, ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଓ ବିଡିଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ୧୦କେ ଏଫ୍‌ପିଓ ପଦକ୍ଷେପ ଅନୁସାରେ ଲେଫ୍ରିପଡା, ବଣାଇଁ, ନୂଆଗାଁ, ସବଡେଗା ଓ ଲହୁଣୀପଡାର କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ)ମାନେ ପ୍ରାକୃତିକ ଭାବେ ପାଚିଥିବା ଆମ୍ବ, ଲିଚୁ ଓ ତରଭୁଜ ସଂଗ୍ରହ କରି “ଗାଁ ଆମ୍ବ ପସରା” ଏବଂ ସୁନ୍ଦରଗଡ଼ସ୍ଥିତ ଓରମାସ୍ ଆଉଟଲେଟ୍ ମାଧ୍ୟମରେ ବିକ୍ରୟ କରୁଛନ୍ତି । ଏଫ୍‌ପିଓ କୃଷକମାନଙ୍କୁ ସିଧାସଳଖ ପ୍ରତିଷ୍ଠାନଗତ କ୍ରେତାଙ୍କ ସହ ଯୋଡ଼ାଯାଇ ପାରୁଛି ଏବଂ ମଧ୍ୟସ୍ଥିଙ୍କ ଭୂମିକା ହ୍ରାସ କରାଯାଉଛି । ଫଳସ୍ୱରୂପ କୃଷକମାନେ ପ୍ରାକୃତିକ ଭାବେ ପାଚିଥିବା ଫଳ ପାଇଁ ଉଚିତ ମୂଲ୍ୟ ପାଇବାର ସୁଯୋଗ ଲାଭ କରିଛନ୍ତି ।

Leave A Reply

Your email address will not be published.