jayashree

ସାଇପ୍ରିୟା ନଗରରେ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବରେ ପ୍ରବଳ ଭିଡ଼

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହରର ସାଇପ୍ରିୟା ନଗରରେ ଆୟୋଜିତ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବରେ ଶେଷଦିନରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନ ସହ ରାଜ୍ୟବାହାରୁ ମଧ୍ୟ ଭକ୍ତମାନେ ମାଆଙ୍କ ଦର୍ଶନ ପାଇଁ ଏଠାକୁ ଆସିଥିଲେ । ଦୀର୍ଘ ବାରବର୍ଷ ଧରି ଏହି ପୂଜା ଆୟୋଜିତ ହୋଇଆସୁଛି । ସାଇପ୍ରିୟା ନଗରରେ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବକୁ ନେଇ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଥିଲା । ପୂଜାର ଶେଷଦିନରେ ମାଆଙ୍କ ଦର୍ଶନ ପାଇଁ ସକାଳୁ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଧାର ଦେଖିବାକୁ ମିଳିଥିଲା । ଭକ୍ତମାନେ ନିଜ ମନୋସ୍କାମନା ପୂରଣ ପାଇଁ ମାନସିକ ରଖି ମାଆଙ୍କୁ ପୂଜାର୍ଚ୍ଚନା କରିଥିଲେ । ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଓଡ଼ିଶା ବାହାରୁ ମଧ୍ୟ ବହୁ ସଂଖ୍ୟାରେ ଭକ୍ତମାନେ ଏହି ପର୍ବରେ ସାମିଲ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗ ଓ ପୂଜା କମିଟିର ପ୍ରୟାସରେ ଏବର୍ଷ ମଧ୍ୟ ଘଣ୍ଟ ପର୍ବକୁ ଖୁବ୍‌ ଆନନ୍ଦ ଓ ଭକ୍ତିମୟ ପରିବେଶରେ ପାଳନ କରାଯାଇଛି । “ଦୀର୍ଘ ୧୨ ବର୍ଷ ଧରି ଆମେ ମାଆ ମଝିଘରିଆଣୀଙ୍କ ଘଣ୍ଟପର୍ବ ପାଳନ କରୁଛୁ । ପ୍ରତିବର୍ଷ ଭକ୍ତଙ୍କ ସଂଖ୍ୟା ବଢ଼ୁଛି । ଏବର୍ଷ ମଧ୍ୟ ରାଜ୍ୟ ବାହାରୁ ଭକ୍ତମାନେ ଆସି ମାଆଙ୍କ ଆଶୀର୍ବାଦ ନେଇଛନ୍ତି । ସମସ୍ତ ସ୍ଥାନୀୟ ଲୋକଙ୍କ ସହଯୋଗ ପାଇଁ ଆମେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସାଇପ୍ରିୟା ନଗରରେ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଯାଇଛି ।

Leave A Reply

Your email address will not be published.