
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମରେ ଥିବା ପ୍ରସନ୍ନ ପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗୃହନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ କିଛି ମୁଷ୍ଟିମେୟ ଲୋକ ଅଭିଯୋଗ ହେବାପରେ ସ୍ଥାନୀୟ ଗ୍ରାମବାସୀ ଓ ଅଞ୍ଚଳବାସୀ ଏହାକୁ ଖଣ୍ଡନ କରିଛନ୍ତି । କିଛି ଖଳ ପ୍ରକୃତିର ଲୋକ ଭାଲୁମୁଣ୍ଡା କଲେଜର କାର୍ଯ୍ୟକ୍ରମକୁ ଦେଖି ସହ୍ୟ ନ କରି ବଦନାମ କରିବା ପାଇଁ ଏପରି କରୁଥିବା ନେଇ ଅଭିଯୋଗ ହେଉଛି । କଲେଜର ଗୃହନିର୍ମାଣ କରିବାରେ କୌଣସି ଦୁର୍ନୀତି ହୋଇ ନ ଥିବା କହିବା ସହ ଗୃହ ନିର୍ମାଣ କାମ ଭଲ ହୋଇଛି ବୋଲି ଅଞ୍ଚଳବାସୀ କହିଛନ୍ତି । ଏହି କଲେଜରେ ସ୍ଥାନୀୟ ଅଞ୍ଚଳରେ ଗରିବ ମେଧାବୀ ୬୪୦ରୁ ଅଧିକ ଛାତ୍ରଛାତ୍ରୀମାନେ ପାଠ ପଢ଼ୁଥିବା ବେଳେ କଲେଜ ସ୍ଥାପନ ହେବା ଦିନ ଠାରୁ ମରାମତି ହେଉନଥିଲା । ପରବର୍ତ୍ତୀ ସମୟରେ କଲେଜ କତ୍ତୃପକ୍ଷ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ମରାମତି କରିବା ପାଇଁ ପଦକ୍ଷେପ ନେବାରୁ ଗୃହ ନିର୍ମାଣ କାମ ଆରମ୍ଭ ହୋଇ କଲେଜ ଛୁଟି ପୂର୍ବରୁ କାମ ସମ୍ପୂର୍ଣ୍ଣ ହୋଇଛି । ବିଭିନ୍ନ ସମୟରେ ମରାମତି ପୂର୍ବରୁ ଛାତରୁ ଛାତ୍ରଛାତ୍ରୀଙ୍କ ଉପରେ ଅତଡା ଖସୁଥିବା ଦେଖିବାକୁ ମିଳିଛି । ସୁରୁଖୁରୁରେ ଚାଲିଥିବା ଭାଲୁମୁଣ୍ଡା କଲେଜକୁ କେତେକ ମୁଷ୍ଟିମେୟ ଲୋକ ବଦନାମ କରିବା ପାଇଁ ଆଗେଇ ଆସୁଛନ୍ତି । ଏହାକୁ ଖଣ୍ଡନ କରିଛନ୍ତି ଭାଲୁମୁଣ୍ଡା ଗ୍ରାମବାସୀ ଓ ଅଞ୍ଚଳବାସୀ ।