
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ କେମ୍ପ କୋର୍ଟ ୨୦୨୬ ଅନୁଷ୍ଠିତ ହୋଇଯାଇଛି । ୨୦୨୫ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ଦ୍ୱାରା ଓରଫାନ୍ ସର୍ଭେ ଅନୁସାରେ ପିତୃ-ମାତୃ ହୀନ ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତିରେ ହାଜର କରି ଉପସ୍ତାପନା କରାଗଲା । ଏହି ଅବସରରେ ଦେଓଗାଁ ବ୍ଲକର ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ସୁଷମା ସାହୁ, ଅନିତା ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିହ୍ନଟ ହୋଇଥିବା ଶିଶୁମାନଙ୍କର ଅଭିଭାବକ, ଅଭିଭାବିକାମାନଙ୍କୁ ଏହି ପିତୃମାତୃ ହୀନ ଶିଶୁଙ୍କ କର୍ମଶାଳାକୁ ଉପସ୍ଥାପନା କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡ ହେଲପ୍ ଲାଇନର ଡଲି ବେହେରା, ବସନ୍ତ ହରପାଲ ଉପସ୍ଥିତ ରହି କିଶୋର ନ୍ୟାୟ ଆଇନ୍ ଅଧିନସ୍ତ ୧୭,୨୦ଫର୍ମ ଗୁଡ଼ିକ ପୂରଣ କରିଥିଲେ ଓ ଅନଲାଇନ ଜରିଆରେ ଶିଶୁ ମଙ୍ଗଳ ସମିତିରେ ହାଜର କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଇସିଡିଏସ୍ର ସୁପରଭାଇଜର୍, ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ୧୧ଜଣ ଅନାଥ ଶିଶୁ ଉପସ୍ଥିତ ରହି ନିଜର ସମସ୍ତ ପ୍ରମାଣ ପତ୍ର ଯାଞ୍ଚ କରାଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ ସମିତି ଆବଶ୍ୟକୀୟ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଥିବା ବିଭିନ୍ନ ଯୋଜନା ଗୁଡିକ ସଂଯୋଗ କରାଯିବ ବୋଲି ଜଣାପଡ଼ିଛି ।