
ମୁମ୍ବାଇ : ବଲିଉଡର ବର୍ଷୀୟାନ ଅଭିନେତା ଭରତ କପୁରଙ୍କର ପରଲୋକ ହୋଇଛି । ୮୦ ବର୍ଷ ବୟସରେ ହୃତଘାତରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ୪ ଦିନ ଧରି ଅସୁସ୍ଥ ଥିଲେ ଭେଟେରାନ ଅଭିନେତା ଭରତ କପୁର । ରିପୋର୍ଟ ଅନୁଯାୟୀ, ତାଙ୍କୁ ମୁମ୍ବାଇର ସିଅନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଏକାଧିକ ଅଙ୍ଗ ଅଚଳ ହୋଇଯାଇଥିଲା । ସୋମବାର ଅପରାହ୍ନରେ ତାଙ୍କ ବିୟୋଗ ଘଟିଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ସୋସିଆଲ ମିଡିଆରେ ଏହି ଦୁଃଖଦ ଖବରକୁ ନିଶ୍ଚିତ କରିଛନ୍ତି । ସେ ଇନଷ୍ଟାଗ୍ରାମରେ ଦିବଂଗତ ଅଭିନେତାଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, “ଏହି କିମ୍ବଦନ୍ତୀ ମଞ୍ଚ ଏବଂ ଚଳଚ୍ଚିତ୍ର ଅଭିନେତାଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ । ” ଭରତ କପୁରଙ୍କ ପରଲୋକରେ ବଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି ।