mahavir

କନ୍ୟା ବିବାହ ଯୋଜନାରେ ଏକା ସାଙ୍ଗରେ ବାହାହେଲେ ୩୯ ଜଣ ଦମ୍ପତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳାମଣ୍ଡଳ ପଡ଼ିଆରେ ଏକା ସାଙ୍ଗରେ ବାହାହେଲେ ୩୯ ଜଣ ଦମ୍ପତ୍ତି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଆଜି ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡ଼ିଆ ଠାରେ ବଲାଙ୍ଗିର ଜିଲ୍ଲାର ୧୪ ଟି ବ୍ଲକର ପାଖାପାଖି ୩୯ଟି ଦମ୍ପତ୍ତିଙ୍କ ବିବାହ ରିତୀନୀତି ଅନୁସାରେ ସମ୍ପନ୍ନ ହୋଇଥିବା ସୂଚନା ରହିଛି । ହୋମ ନିଆଁ ସହ ପଣ୍ଡିତଙ୍କ ମନ୍ତ୍ରରେ ବିବାହ ସଫଳ ହୋଇଥିବା ବେଳେ ୩୯ ଟି ଦମ୍ପତ୍ତି ଖୁସି ହେବା ସହ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ ବିରୋଧରେ ଏକ ସଂକଳ୍ପ । ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ ବୋଲି ସରକାର କହିଥିବାର ବେଳେ ଆଜି ଧୁମ୍‌ଧାମ୍‌ରେ ଜିଲ୍ଲାର ୧୪ ଟି ବ୍ଲକର ପାଖାପାଖି ୩୯ଟି ଦମ୍ପତ୍ତିଙ୍କ ବିବାହ ସମ୍ପନ୍ନ ହୋଇପାରିଥିବା ସୂଚନା ରହିଛି ।

Leave A Reply

Your email address will not be published.