
ବଲାଙ୍ଗିର, (କେପିଏନ୍ଏସ୍) : କମାଲ କଲେ ବଲାଙ୍ଗିର ସେମ୍ଫୋର୍ଡର ଫ୍ୟୁଚରିଷ୍ଟିକ ସ୍କୁଲର ଛାତ୍ରଛାତ୍ରୀ । କିଛିଦିନ ତଳେ ସିବିଏସ୍ସି ଦଶମ ବୋର୍ଡର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହାରି ଭିତରେ ବଲାଙ୍ଗିର ଖର୍ଲିକାନି ସ୍ଥିତ ସେମ୍ଫୋର୍ଡର ଫ୍ୟୁଚରିଷ୍ଟିକ ସ୍କୁଲର ଛାତ୍ରଛାତ୍ରୀମାନେ ୯୦ ଶତକଡ଼ାରୁ ଅଧିକ ମାର୍କ ଆଣି ବଲାଙ୍ଗିର ମାଟି ପାଇଁ ସାଜିଛନ୍ତି ଗର୍ବ ଓ ଗୌରବ । ସ୍କୁଲର ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ, ସୁସୌରଭ ମେହେର ୯୬.୪ ପ୍ରତିଶତ, ସୁସମ୍ପ୍ରତିକ୍ ମେହେର ୯୬ ପ୍ରତିଶତ, ଶ୍ରୋୟାଂଶୀ ପାଣିଗ୍ରାହୀ ୯୫.୬ ପ୍ରତିଶତ ଓ ୟୋଗେଶ କେଜ୍ରିୱାଲ ୯୩.୮ ପ୍ରତିଶତ ମାର୍କ ଆଣି ସ୍କୁଲର ନାଁ ରଖିବା ସହ ବଲାଙ୍ଗିରର ମାଟିର ନା ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଆଗି ସ୍କୁଲ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସ୍କୁଲ ଡାଇରେକ୍ଟର ନିଲମ ରଥ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉତ୍ସାହିତ କରିଥିଲେ ।