jayashree

ଅକ୍ଷୟ ଅମୃତ ମହୋତ୍ସବ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୯୬ ତମ କାର୍ଯ୍ୟକ୍ରମ ‘ଅକ୍ଷୟ ଅମୃତ ମହୋତ୍ସବ’ ୪୨ ମୌଜା ସ୍ଥିତ ଉଫ ସେବାଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରି ଅକ୍ଷୟ ତୃତୀୟାର ପୂର୍ଣମୟ ସ୍ୱରୂପକୁ ସରଳ ଭାବେ ବ୍ୟାଖ୍ୟା କରିଥିଲେ । ଅନୁଷ୍ଠାନ ପକ୍ଷରୁ ମାଆମାନଙ୍କୁ ଶାଢ଼ୀ ଏବଂ ପୁରୁଷ ଅନ୍ତେବାସୀମାନଙ୍କୁ ଧୋତି ପ୍ରଦାନ କରାଯାଇଥିଲା । ପ୍ରତିଭା ମାନଙ୍କୁ ଅକ୍ଷୟ ଅମୃତ ସନ୍ତାନ ଆଧ୍ୟାତ୍ମିକ ସମ୍ମାନ ପ୍ରଦାନ କରାଯାଇଥିଲା । କବି ଏବଂ କବୟିତ୍ରୀବୃନ୍ଦ ” ଆମ ଅକ୍ଷୟ ତୃତୀୟା ଏବଂ ଆମ ପରମ୍ପରା” ଶୀର୍ଷକରେ କବିତା ପାଠ କରିଥିଲେ । ମୁଖ୍ୟ ଅତିଥି ଡାକ୍ତର ଦୀନବନ୍ଧୁ ମହାରଣା ଅକ୍ଷୟ ତୃତୀୟା ଓଡ଼ିଆ ଜାତିର ଗଣପର୍ବ ରୂପେ ପ୍ରତିବର୍ଷ ପାଳନ କରାଯିବା ଉଚିତ୍ ବୋଲି ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଅଧ୍ୟାପକ କିଶୋର ଚନ୍ଦ୍ର ଦାସ ଅକ୍ଷୟ ତୃତୀୟାର ପୌରାଣିକ ଦିଗ ବିଷୟରେ ସ୍ପଷ୍ଟ କରିଥିଲେ । ସମ୍ମାନିତ ଅତିଥି ଅଧ୍ୟାପକ ଡ. ବିଶ୍ୱଜିତ୍ କେଶରୀ ବିଶ୍ଵାଳ, ଡାକ୍ତର ହରିପଦ ମାଝୀ, ଅଧ୍ୟାପିକା ଉର୍ବଶୀ ସାହୁ, କବି କାହ୍ନୁ ଚରଣ ପାଣିଗ୍ରାହୀ, କବୟିତ୍ରୀ ଡଃ. ସସ୍ମିତା ଦାସ, କବି ଲକ୍ଷ୍ମୀ ପ୍ରସାଦ ଆଚାର୍ଯ୍ୟ, କଣ୍ଠଶିଳ୍ପୀ ଅଶୋକ କୁମାର ବେହେରା, ଚିନ୍ମୟୀ ପଟ୍ଟନାୟକ, କବୟିତ୍ରୀ ବନଲତା ମହାପାତ୍ର ଏବଂ ଅଧ୍ୟାପକ ଡ଼କ୍ଟର ମନୋରଞ୍ଜନ ବେଉରା ଅକ୍ଷୟ ତୃତୀୟାର ମାହାତ୍ମ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କବି ସୁଭବ୍ରତ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ସମାଜସେବୀ ସନ୍ଧ୍ୟାରାଣୀ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.