mahavir

ମାନସିକ ଅନଗ୍ରସର ନାବାଳିକା ସହ ଦୁଷ୍କର୍ମ : ଦୋଷୀଙ୍କୁ ୧୦ ବର୍ଷ ଜେଲ୍

  • ୧୦ହଜାର ଟଙ୍କା ଜୋରିମାନା ଶୁଣାଇଲେ କୋର୍ଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାନସିକ ଅନଗ୍ରସର ନାବାଳିକା ସହ ଦୁଷ୍କର୍ମ ପ୍ରଚେଷ୍ଟା କରିବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ସୋମବାର ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ସେସନ ଜଜ୍ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା ୬ ତଥା ୧୮ରେ ମୋହନା ଥାନା ଅନ୍ତର୍ଗତ ମୁଡୁମୁଡ଼ିଆ ଗ୍ରାମର ଅଭିଯୁକ୍ତ ପ୍ରଭାତ ଘଡ଼େଇ (୪୮ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି । ଏଥି ସାଂଗକୁ ଜୋରିମାନା ଅନାଦେୟ ଆହୁରି ଛଅ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ଏହି ସମ୍ବେଦନଶୀଳ ମାମଲାରେ ବିଚାରପତି ନିଜ ରାୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ ଚାରି ଲକ୍ଷ ଟଙ୍କା ପ୍ରଦାନ କରିବା ନିମନ୍ତେ ମାନ୍ୟବର ବିଚାରପତି ନିର୍ଦ୍ଦେଶ ଜାରି କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ଏମ୍. ପୃଥ୍ୱୀରାଜ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ଜିଲ୍ଲା ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ତା ୧୯-୦୭-୨୦୨୨ରିଖ ଦିନ ସକାଳ ସମୟରେ ଏତଲାକାରିଣୀଙ୍କ ମାନସିକ ଅନଗ୍ରସର ନାବାଳିକା ଝିଅ (୧୪ବର୍ଷ) ସବୁବେଳ ଭଳି ପଡ଼ିଶା ଘରେ ଟିଭି ଦେଖିବା ପରେ ଘର ପିଣ୍ଡାରେ ବସିଥିଲେ । ସେହି ସମୟରେ ସାମ୍ନା ଘରେ ରହୁଥିବା ଅଭିଯୁକ୍ତ ପ୍ରଭାତ ଘଡ଼େଇ ତାଙ୍କୁ ବାହାନା କରି ନିଜ ଘରକୁ ଡାକି ତାଙ୍କ ସହ ଦୁଷ୍କର୍ମ ପ୍ରଚେଷ୍ଟା କରିବା ସହ ବିଭିନ୍ନ କୁକର୍ମ କରିଥିଲେ । ପରେ ଏହି କଥା ବିଷୟରେ ଜାଣିବା ପରେ ଏତଲାକାରିଣୀ ମାଆ ଉପଯୁକ୍ତ ନ୍ୟାୟ ଆଶାରେ ତା. ୨୦-୦୭-୨୦୨୨ ରିଖରେ ମୋହନା ଥାନାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ସଙ୍ଗୀନ ମାମଲା ଦାୟର କରିଥିଲେ । ଯାହାକି ମାମଲା ନମ୍ବର ୧୩୨ରେ ପଞ୍ଜିକୃତ ହୋଇଥିଲା ତଥା ଦୁଷ୍କର୍ମ ଓ ପୋସ୍କୋର ନିର୍ଦ୍ଧିଷ୍ଟ ଧାରା ସବୁ ଲଗାଯାଇଥିଲା । ଏହି ମାମଲାର ଗମ୍ଭୀରତାକୁ ନଜରରେ ରଖି ସବ-ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ମଲ୍ଲିକ ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ । ସୋମବାର ୧୦ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ୧୭ଟି ଦସ୍ତାବିଜକୁ ଆଧାର କରି ସର୍ବଶେଷରେ ଏହି ଦୃଷ୍ଟାନ୍ତମୂଳକ ରାୟ ନ୍ୟାୟାଧୀଶ ଦେଇଛନ୍ତି ବୋଲି ଜଣାଯାଇଛି ।

Leave A Reply

Your email address will not be published.