mahavir

ମା’ ତୋ ବିନା ଓ ଅଭୁଲା ସ୍ମୃତି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାଇ ସରଗମ ମ୍ୟୁଜିକାଲ ଏଣ୍ଡ ସୋସିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ମା’ ତୋ ବିନା ଓ ଅଭୁଲା ସ୍ମୃତି ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଯଶୋବନ୍ତ ମହାନ୍ତି ଓ ଶୁଭଶ୍ରୀ ଦାସଙ୍କ ସଂଯୋଜନା ଓ ଅନୁଷ୍ଠାନର ମୁଖ୍ୟ ଝୁନୁ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ବ୍ରଜବଲ୍ଲଭ ନାୟକ ଓ ଲୋଭା ବିଶ୍ୱାଳ, ବ୍ରହ୍ମପୁରରୁ ସନ୍ତୋଷ ଡୋରା ଓ ବଲାଙ୍ଗିରରୁ ସହଦେବ ପୁଟେଲ ତଥା ରାଉରକେଲାରୁ ଝୁନୁ ନାୟକ, ସ୍ୱର୍ଣ୍ଣରେଖା ମହନ୍ତ, ପିଙ୍କି ପ୍ରିୟଦର୍ଶିନୀ, ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ସ୍ୱର୍ଗତ ଅକ୍ଷୟ ମହାନ୍ତି ଓ ସ୍ୱର୍ଗତ ହ୍ୟୁମାନ ସାଗ ଙ୍କ ଉଦ୍ଦେଶ୍ୟରେ କରାଯାଇଥିଲା । ସେହିପରି ବାଦ୍ୟଯନ୍ତ୍ରରେ ବ୍ଲାକ ଡାଇମଣ୍ଡ ବ୍ୟାଣ୍ଡ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ମୁଖ୍ୟଅତିଥି ଭାବେ ଶିଳ୍ପପତି ଇଂ ଦିପ୍ତୀରଞ୍ଜନ ପଟ୍ଟନାୟକ, ସ୍ୱତନ୍ତ୍ର ଅତିଥି ଭାବେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ସମ୍ମାନିତ ଅତିଥି ଭାବେ ହ୍ୟୁମାନ ସାଗରଙ୍କ ମା’ ସେଫାଳୀ ସୁନା ତଥା ବିଶିଷ୍ଟ ଅତିଥି ଭାବେ ଡ. କଲ୍ୟାଣୀ ମିଶ୍ର, ଡା. ଭାଗିରଥ ଯୋଶୀ, ଡା. ଅରୁଣ କୁମାର ନାୟକ, ଏନ୍ଆଇଟିର ପ୍ରଫେସର ଡ. ସବିତା ପଟେଲ, ଜୟଶ୍ରୀ ପାଣିଗ୍ରାହୀ, ଜେଏମଡିର ପ୍ରତିଷ୍ଠାତା ବାସୁଦେବ ସ୍ୱାଇଁ, ଇଂ ମହେନ୍ଦ୍ର କୁମାର ଦାସ, ଗୁରିନ୍ଦର ସିଂ କାମ୍ବୋଜ ପ୍ରମୁଖ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଉପଦେଷ୍ଟା ଦିଲ୍ଲୀପ କୁମାର ମହାନ୍ତି, ମୁକ୍ତିକାନ୍ତ ବେହେରା, ଦିଲ୍ଲୀପ ଜେନା ପ୍ରମୁଖ ତଥା ବନ୍ଦିତା ବାଗ୍, ଅଞ୍ଜଳି ବିଶ୍ୱାଳ, ପ୍ରାଞ୍ଜଳୀ ନାଗ, ବାପିନା ନାୟକ, ବିଜୟ ବାଗ୍, ରୀତା ସାମଲ, ସଂଗ୍ରାମ ପତି, ଲୀନା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.