mahavir

ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ତଦାରଖ କଲେ କନ୍ଧମାଳ ଜିଲ୍ଲାପାଳ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ । ସରକାରୀ ଯୋଜନାର ସୁଫଳ ରୂପାୟନ ଯେପରି ଶେଷ ସୀମାରେ ଥିବା ଲୋକଙ୍କ ପାଖରେ ପହଞ୍ଚିପାରିବ, ସେଥିପାଇଁ ଜିଲ୍ଲାପାଳ ନିଜେ ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରି କାର୍ଯ୍ୟର ମାନ ଓ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି । ସକାଳୁ ତାଜୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କଲିଙ୍ଗିରେ ପହଞ୍ଚି ସେଠିକାର ବିଭିନ୍ନ ସମସ୍ୟା ବିଷୟରେ ବୁଝିବା ସହ କଣ କଣ ସବୁ କାମ ହେବ ସେନେଇ ଦାରିଙ୍ଗବାଡ଼ି ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କୁ ନିର୍ଦେଶ ଦେଇଥିଲେ । ଏହା ପରେ ଭ୍ରମରବାଡ଼ି ଅଙ୍ଗନବାଡ଼ି ଗୃହ କାର୍ଯ୍ୟ, ରିଣ୍ଡାବାଲି ଜଳ ପ୍ରପାତ କାର୍ଯ୍ୟ ଦେଖିବା ସହ କିଭଳି ଅଧିକ ସୌନ୍ଦର୍ଯ୍ୟ କରାଯିବ ସେନେଇ ଆଲୋଚନା କରିଥିଲେ, ବାଡାବାଙ୍ଗା ଗ୍ରାମ ପଞ୍ଚାୟତ ଭବନ, ଡାଡାକେତା ବନ ସଂରକ୍ଷଣ ସମିତି କୋଠା ଆଦି କାର୍ଯ୍ୟ ବୁଲି ଦେଖିବା ସହ ଦାରିଙ୍ଗବାଡିର ମଲ୍ଟି ଭିଲେଜ ସ୍କିମ ଅନ୍ତର୍ଭୁକ୍ତ ବିଭିନ୍ନ କାର୍ଯ୍ୟ ଓ ପାଟା ସ୍କୁଲର ଅତିରିକ୍ତ ଶ୍ରେଣୀ ଗୃହ କାର୍ଯ୍ୟ ଦେଖିଥିଲେ । ଶେଷରେ ଦାରିଙ୍ଗବାଡିର ସନ୍‌ସେଟ୍ ପଏଣ୍ଟରେ ପହଞ୍ଚି କାର୍ଯ୍ୟର ତଦାରଖ କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବିଡିଓ ପ୍ରୀତି ରଞ୍ଜନ ରଥ, ସହକାରୀ ର୍ନିବାହୀ ଯନ୍ତ୍ରୀ ସଞ୍ଜୟ ରଥ, କନିଷ୍ଠ ଯନ୍ତ୍ରୀ ମନୋଜ ପୃଷ୍ଟି ପ୍ରମୁଖ ଉପସ୍ଥିତି ଥିଲେ ।

Leave A Reply

Your email address will not be published.