
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବିଶିଷ୍ଟ ଜନନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୂଣ୍ୟତିଥି ଅବସରରେ ଟିଟିଲାଗଡ ବିଜୁ ଜନତା ଦଳ ପକ୍ଷରୁ ପ୍ରଥମେ ସକାଳ ନଟା ସମୟରେ ଥାନାଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ବିଜେଡି ନେତ୍ରୀ ଶ୍ରୀମତୀ ଟୁକୁନି ସାହୁ ଓ ଅନ୍ୟାନ୍ୟ ବିଜେଡି ନେତା ମାନେ । ଏହାପରେ ବିଜୁ ଜନତା କାର୍ଯ୍ୟାଳୟରେ ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସେହି ସଭାରେ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ବିଜୁ ବାବୁଙ୍କ ସ୍ମୃତି ଚାରଣ କରାଯାଇଥିଲା । ତେବେ ଆଗାମୀ ନିର୍ବାଚନରେ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ କିଭଳି ବିଜୁ ଜନତା ଦଳର ବିଜୟ ହେବ ସେନେଇ ପ୍ରତିଜ୍ଞା କରିଥିଲେ । ବିଜେଡି ନେତ୍ରୀ ଟୁକୁନି ସାହୁ, ବିଜେଡି ନେତା ଶ୍ୟାମା ପ୍ରସାଦ ଗରିଆ, ଭରତ ତାଣ୍ଡି, ବିକାଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଶ୍ରୀମତୀ ଗୀତା ବିଶି, ସଞ୍ଜୟ ବେହେରା, ପୌର ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରୀ ଜାଲ, ବ୍ଲକ ଉପାଧ୍ୟକ୍ଷ ଜଗତ ରାମ ରଣା, ବିଜେଡି ନେତା ରାଜେଶ ପ୍ରଧାନ, ପୂର୍ବତନ ନଗରପାଳ ଗୋବର୍ଦ୍ଧନ ନାଗ, ବିଜେଡି ନେତା ହେମନ୍ତ ସାହୁ, ଅରୁଣ ମିଶ୍ର, ରଣଜିତ ପୃଷ୍ଟି ଓ ଅନ୍ୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।