
ଜୟପାଟଣା, (ଶେଷଦେବ ବେହେରା) : ହୀରାପୁର-କୂଲେରଭଟା ସ୍ଥିତ ମା’ ତାରିଣୀ ପୀଠରେ ପଣା ସଂକ୍ରାନ୍ତି ଅବସରରେ ଝାମିଯାତ୍ରା ଓ ଅଷ୍ଟପହରୀ ନାମଯଜ୍ଞ ସମାରୋହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଅଞ୍ଚଳ ତଥା ଦୁରଦୂରାନ୍ତରୁ ବହୁସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁଙ୍କ ଭିଡ ରହିଥିଲା । ମନ୍ଦିର ପୂଜକ କବି ଝଡିଆ ତନ୍ତ୍ରଶାସ୍ତ୍ର ମତେ ପୂଜା କରି ଆସୁଥିବାବେଳେ, ବିଜୟ ତ୍ରିପାଠୀ ମୁଖ୍ୟପୂଜକ, ଯାପକ ଦାମୋଦର ଦାସ, ସ୍ୱସ୍ତିବାଚକ ନବୀନ ତ୍ରିପାଠୀ, ଅନ୍ନଭୋଗ ଦାୟିତ୍ୱ ବାବୁଲା ତ୍ରିପାଠୀ କାର୍ଯ୍ୟ ସୁସମ୍ପାଦନ କରିଥିଲେ । ଅନେକଦାତା, ଯୁବସମାଜ, ଭକ୍ତଙ୍କ ସହାୟତା ଓ ସହଯୋଗରେ ଅନ୍ନ ପ୍ରସାଦ ସେବନର ସୁବ୍ୟବସ୍ଥା ହୋଇଥିଲା । ମା’ଙ୍କ ଝାମୀଯାତ୍ରାରେ କାଳିସୀ ମାନଙ୍କ ନିଆଁରେ ଚାଲିବା ଦୃଶ୍ୟ ଦେଖିବା ପାଇଁ ପ୍ରବଳ ଭିଡ଼ ଲାଗିରହିଥିଲା । ସମସ୍ତ ଜନସାଧାରଣ ଆନନ୍ଦ ଉଲ୍ଲାସ, ଭକ୍ତିଭାବ ମଧ୍ୟରେ ମା”ଙ୍କ ଦର୍ଶନ ପୂର୍ବକ ଶାନ୍ତିଶୃଙ୍ଖଳା ରକ୍ଷା କରିଥିବା ଯୋଗୁଁ ମନ୍ଦିର ପୂଜକ କବି ଝଡିଆ, ପୂର୍ଣ୍ଣ ଝଡିଆ, ଚୈତନ୍ୟ ଧଙ୍ଗଡ଼ା ମାଝୀ, ଡ଼ମେନ ଝଡିଆ, ଚଞ୍ଚଳା ଝଡିଆ, ଧନସୁଲି ଯୁବକ ସଙ୍ଘ, ହୀରାପୁର ଗ୍ରାମବାସୀ, ବରିଷ୍ଠ ସମାଜସେବୀ ଲକ୍ଷ୍ମଣ ମାଝୀ, ଅମ୍ବୁଜ ଧଙ୍ଗଡ଼ା ମାଝୀ, ଶରତ ସାହୁ, ଲଲାଟେନ୍ଦୁ ବେହେରା, ଦୁଷ୍ମନ୍ତ ସାହୁ, ଅଂଚଳବାସୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରନ୍ତି ।