mahavir

ସଇଁତଲା ସହରରେ ବାବାସାହେବଙ୍କ ଜନ୍ମ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳିତ

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଧୁମଧାମର ସହ ପାଳନ କରାଯାଇଛି । ସ୍ଥାନୀୟ ଯୁବକ ଓ ଯୁବତୀମାନେ ନାଚଗୀତରେ ମସଗୁଲ ହୋଇ ସହର ପରିକ୍ରମା କରିବା ପରେ ବରାହମାଲ ଗାଁକୁ ପହଞ୍ଚି ଏହି ଅବସରକୁ ଉତ୍ସବମୁଖର ଭାବେ ପାଳନ କରିଥିଲେ । ଏହି ଅବସରରେ ବିଭିନ୍ନ ସାମାଜିକ ସଂଗଠନ ଯୋଗଦେଇ ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଜୀବନୀ ଓ ତାଙ୍କର ଅବଦାନ ବିଷୟରେ ଆଲୋଚନା କରିଥିଲେ । ଯୁବପିଢ଼ିଙ୍କୁ ତାଙ୍କ ଆଦର୍ଶ ଅନୁସରଣ କରି ସମାଜର ଉନ୍ନତି ପାଇଁ କାମ କରିବାକୁ ଆହ୍ୱାନ ଜଣାଇଥିଲେ । ମୋଟରସାଇକେଲ ରାଲି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଅଞ୍ଚଳରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା । ବରାହମାଲ ଗାଁରେ ପହଞ୍ଚି ପରେ ଆମ୍ବେଦକରଙ୍କ ମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.