ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହୋଇଥିବା  ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସନ୍ଧ୍ୟାରେ ସଂପନ୍ନ ହୋଇଯାଇଛି । ସମାପନ ସମାରୋହରେ ଲାଠିକଟା ତହସିଲଦାର ମୂରଲିଧର ଉର୍ମାଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ କୃଷି ଜିଲ୍ଲା ଅଧିକାରୀ ପାନପୋଷ ଜି.ଜୟନ ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି ପ୍ରଦର୍ଶନୀରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟ ଅତିଥି କୃଷି ଜିଲ୍ଲା ଅଧିକାରୀ କାର୍ଯ୍ୟାଳୟ ପାନପୋଷକୁ ପ୍ରଥମ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଜିଲ୍ଲା ହସ୍ତଶିଳ୍ପ ବିଭାଗକୁ ଦ୍ୱିତୀୟ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ୩ୟ ପୁରସ୍କାର ପ୍ରଦାନ କରାଯାଇଛି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀରେ ଜିଲ୍ଲାର ବିଭିନ୍ନ ବିଭାଗ ଦ୍ଵାରା ଯଥା ଜିଲ୍ଲା କୃଷି ବିଭାଗ ଠାରୁ ଆରମ୍ଭ କରି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ, ହସ୍ତଶିଳ୍ପ ବିଭାଗ, ପାନପୋଷ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ପ୍ରଦର୍ଶନୀ ଷ୍ଟଲ୍ କରାଯାଇ ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା । ଏତଦ୍ ବ୍ୟତୀତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ଶ୍ରମ ବିଭାଗ, ସହ ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର ତରଫରୁ ଦିଆଯାଉଥିବା ବିଭିନ୍ନ ସହାୟକ ଉପକରଣ ଓ ସମନ୍ଵିତ ଭୌତିକ ଚିକିତ୍ସା କେନ୍ଦ୍ର ବିଷୟରେ ଲୋକଙ୍କୁ ସଚେତନ କରାଇବା ନିମନ୍ତେ ୧୮ ଟି ଷ୍ଟଲ୍ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ରାଉରକେଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Leave A Reply

Your email address will not be published.