ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷକ ଡ. ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ନିରୁପମା ସାହୁ, ପଟେଲ ସାର୍ ଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ବୈଠକରେ ୮୮ ଜଣ ଅଭିଭାବକ ଅଭିଭାବିକା ଯୋଗଦାନ କରି ରଜତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର ଶୈକ୍ଷିକ ବାତାବରଣ ବିଷୟରେ ଆଲୋଚନା କରିଥିଲେ । ପ୍ରଧାନ ଶିକ୍ଷକ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ନିମନ୍ତେ ପ୍ରଥମେ ସ୍ୱାସ୍ଥ୍ୟକୁ ଭଲ ରଖି, ପାଠପଢ଼ା ଉନ୍ନତି ହୋଇପାରିବ ଏ ୱାନ କିପରି ଛାତ୍ରଛାତ୍ରୀ ପାଇପାରିବେ, ପଢ଼ିବା ଗଢ଼ିବା ଓଡ଼ିଶା ପଠନ ପ୍ରୋତ୍ସାହନ ଅଭିଯାନ, ଡିଜିଟାଲ ଶିକ୍ଷା ବିଷୟରେ ଆଲୋଚନା, ପରୀକ୍ଷା ପେ ଚର୍ଚ୍ଚା ତା ବିଷୟରେ ଆଲୋଚନା କରିଥିଲେ । ଏବଂ ଅଭିଭାବକ ଅଭିଭାବିକ ମାନଙ୍କ ଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ ଗଠନ ମୂଳକ ମତାମତ ପ୍ରଦାନ କରିଥିଲେ । ସୁଦାମ ପାଣ୍ଡେ, ବବିତା ବେହେରା, ଯଶୋବନ୍ତ ସାହା, ଛବିଳ ସେଠ୍, ଲଳିତ କୁମାର ସାହୁ, ଦୟାନିଧି ସାହୁ, ସ୍ଵାଧୀନ ବେହେରା, ଶିବମ ନାୟକ ସହଯୋଗ କରିଥିଲେ ଏବଂ ଜ୍ୟୋତିର୍ମୟୀ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।