ବଲାଙ୍ଗିରରେ ଆନ୍ତଃରାଜ୍ୟ ଲନ୍ ବଲ୍ ପ୍ରତିଯୋଗିତାର ଶୁଭ ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ନୂତନ ଭାବେ ନିର୍ମିତ ଲନ୍ ବଲ୍ କୋର୍ଟ ଓ ଆନ୍ତଃରାଜ୍ୟ ଲନ୍ ବଲ୍ ପ୍ରତିଯୋଗିତାର ଶୁଭ ଉଦ୍‌ଘାଟନ ହୋଇଯାଇଛି । କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ଵାରା ଆୟୋଜିତ ଏହି ଉଦ୍‌ଘାଟନୀ ଉତ୍ସବରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ଡାଃ. ବିଜୟାନନ୍ଦ ସେଠୀ ଅତିଥି ଭାବେ ଉପସ୍ଥିତ ଥିଲେ । ଉକ୍ତ ପ୍ରତିଯୋଗିତାରେ ୧୭ଟି ଆନ୍ତଃରାଜ୍ୟ ଦଳ ଅଂଶଗ୍ରହଣ କରିଥିଲେ । ବଲାଙ୍ଗିରରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି କରି ଖେଳାଳିଙ୍କୁ ପ୍ରତ୍ସାହିତ କରିବା ଆମର ଲକ୍ଷ୍ୟ । ଖେଳାଳି ସଫଳ ହେଲେ ଆମେ ସଫଳ ହେବା, ଆମ ଜିଲ୍ଲା ସଫଳ ହେବ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ ଏବଂ ଲନ୍ ବଲ୍‌ର ରାଜ୍ୟ ସମ୍ପାଦକ ସୁମିତ ପୁରୋହିତ ଉପସ୍ଥିତି ଥିଲେ ।

Leave A Reply

Your email address will not be published.