ବଲାଙ୍ଗିର, (କେପିଏନ୍ଏସ୍) : ଡକ୍ଟର ନବକିଶୋର ବେହେରା ଭାରତ ସରକାରଙ୍କ ନୀତି ଆୟୋଗ ଦ୍ଵାରା ସର୍ବ ଭାରତୀୟ ସ୍ତରରେ ସର୍ବାଧିକ ୩୪୪୩ ଜଣଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ୭ ଜଣଙ୍କ ମଧ୍ୟରେ ମନୋନୀତ ହୋଇ “ଅଶୋକ ଶାନ୍ତି ପୁରସ୍କାର-୨୦୨୫ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପ୍ରକାଶ ଥାଉ କି ଶ୍ରୀ ବେହେରା ୧୯୯୧ ମସିହାରେ କଲେଜ ଛାତ୍ର ଥିବା ସମୟରେ ସର୍ବମୋଟ ୧୭୦୦ ପ୍ରତିଯୋଗୀଙ୍କ ଭିତରେ ସର୍ବ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ତାଙ୍କ “ବାସନ୍ତୀ” କବିତା ପାଇଁ ଓଡ଼ିଶା ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଦୂରଦର୍ଶନର ଏକ ସଙ୍ଗୀତ ପ୍ରତିଯୋଗିତାରେ ନିଜଲେଖାରୁ ଗାଇ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ସ୍ୱର୍ଗତ ବାସୁଦେବ ରଥଙ୍କ ଭଳି ବହୁ ଅତିଥି ମାନଙ୍କ ଗହଣରେ ଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ପ୍ରାପ୍ତ ହୋଇଛନ୍ତି । ଓଡ଼ିଆ ଭାଷା ସାହିତ୍ୟର ପ୍ରାୟତଃ ସମସ୍ତ ବିଭାଗରେ ଓ କୋଶଳୀ ଭାଷାରେ ଲେଖନୀ ଚଳାଇ ସଫଳତା ଲାଭ କରିବା ସହିତ, ସାହିତ୍ୟ, ସଙ୍ଗୀତ, ରକ୍ତଦାନ, ମାଗଣା ଶିକ୍ଷା, ସ୍ୱଚ୍ଛତା, ନାଟକ ମାଧ୍ୟମରେ ସମାଜକୁ ଦିଗ୍ ଦର୍ଶନ ଦେବା, ନିଜ ଜେଜେବାପାଙ୍କ ନାମରେ”ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ” ପ୍ରତିଷ୍ଠା କରି ସଭାସମିତି ଆୟୋଜନ ଦ୍ୱାରା ସମାଜର ବିଭିନ୍ନ ବର୍ଗର ପ୍ରତିଭା ମାନଙ୍କୁ ମାନପତ୍ର ଉପଢୌକନ ପ୍ରଦାନ କରି ଉତ୍ସାହିତ କରି ଆସୁଛନ୍ତି । ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ପିତାଙ୍କ ଦେହାନ୍ତ ପରେ ଜୀବନରେ ସଙ୍ଘର୍ଷ କ’ଣ ଘରୋଇ ଚାକିରୀ କାଳରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଶାରୀରିକ, ମାନସିକ ଓ ଆର୍ଥିକ ନିର୍ୟାତନା ଭିତରେ ଗତି କରି ମଧ୍ୟ ନିଜ ଲକ୍ଷ୍ୟ ପଥରୁ ତିଳେ ହେଲେ ବିଚ୍ୟୁତ ହୋଇ ନାହାଁନ୍ତି । କୃଷି, ସିଲେଇ, ରୋଷେଇ, ଶିକ୍ଷାଦାନ, ସାମ୍ବାଦିକତା, ଆକାଶବାଣୀ କେନ୍ଦ୍ରରେ କାମ କରି ଅଭୁତ ପୂର୍ବ ଅନୁଭବ ସାଇତିଛନ୍ତି । ସଙ୍ଗଠନ କରିବା ଭଳି ବହୁ ଗୁଣରେ ପାରଙ୍ଗମ ଶ୍ରୀ ବେହେରା, ଅନେକ ସମୟରେ ପେଟକୁ ଯନ୍ତ୍ରଣା ଦେଇ ପୁସ୍ତକ କ୍ରୟ ପୂର୍ବକ ଅଧ୍ୟୟନ କରିବା ବ୍ରତକୁ ଆପଣେଇ ନେଇଛନ୍ତି । ବର୍ତ୍ତମାନ ଦିନକୁ ମାତ୍ର ୪/୫ ଘଣ୍ଟା ବିଶ୍ରାମ ନେଇ ନିଜର ଲକ୍ଷ୍ୟ ପଥରେ ଆଗେଇ ଚାଲିଛନ୍ତି । ନିଜ ଜାତିର ଇତିହାସ ତଥା ବିଭିନ୍ନ ତଥ୍ୟାବଳୀ ସଂଗ୍ରହ କରି “ମତ୍ସ୍ୟଜୀବୀ ତିଅର ଓ କର୍ମକାଣ୍ଡ “ବିଷୟରେ ଗବେଷଣାରତ । ଜଣେ ମେଧାବୀ ଛାତ୍ର ଭାବରେ ସରକାରୀ ସ୍ୱୀକୃତି ପ୍ରାପ୍ତ ହୋଇଥିଲେ ସୁଦ୍ଧା ସୁଚାରୁ ରୂପେ ୪୦ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏ ଆର୍ଥିକ ସହାୟତା ପ୍ରାପ୍ତ ହୋଇ ନାହାଁନ୍ତି । ଏ ସବୁ ସଫଳତା ଦିଗରେ ନିଜ ସହପାଠୀ, ଗୁରୁ, ଧର୍ମପତ୍ନୀ ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ପୂର୍ଣ୍ଣିମା ବେହେରା ଓ ପୁଅ ନିଶୀଥର ପ୍ରେରଣା ସର୍ବାଗ୍ରେ ଥିବା ବେଳେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅତୁଟ ଆଶୀର୍ବାଦ ଥିବା ସେ ଛଳ ଛଳ ନେତ୍ରରେ ପ୍ରକାଶ କରିଛନ୍ତି ।