ଫାଲକନାମା ଏକ୍ସପ୍ରେସ ଓ ୟଶବନ୍ତପୁର–ହାଓଡ଼ା ଏକ୍ସପ୍ରେସ ରହଣୀ ଦାବୀ କଲେ ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଫାଲକନାମା ଏକ୍ସପ୍ରେସ ଓ ୟଶବନ୍ତପୁର–ହାଓଡ଼ା ଏକ୍ସପ୍ରେସ ଏହି ଦୁଇ ଦୂରଗାମୀ ଟ୍ରେନ୍ ଛତ୍ରପୁର ରେଳଷ୍ଟେସନରେ ରହଣି ନିମନ୍ତେ ଦାବୀ ହୋଇଛି । ଲୋକଙ୍କର ଦୀର୍ଘଦିନର ଏହି ଦାବୀକୁ ଉପସ୍ଥାପନ କରି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି । ଛତ୍ରପୁରର ଜନସାଧାରଣଙ୍କ ବହୁଦିନର ନ୍ୟାୟସଙ୍ଗତ ଦାବୀକୁ ଉପସ୍ଥାପନା କରିଥିବା ନେଇ ଛତ୍ରପୁରବାସୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ବିଧାୟକଙ୍କ ଏତାଦୃଶ କାର୍ଯ୍ୟରେ ଜନସାଧାରଣରେ ଖୁସିବ୍ୟକ୍ତ ହୋଇଛି, ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ବିଭିନ୍ନ ମହଲରେ ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି । ଏପରିକ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଶିକ୍ଷାର ବିକାଶ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବା ସାଂଗକୁ ଗଞ୍ଜାମ ବ୍ଳକ୍ ଏକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଧ୍ୟ ଦୃଢ଼ ଦାବି ହୋଇଛି । ଗଞ୍ଜାମ ବ୍ଲକ୍ ନିମନ୍ତେ ଗଞ୍ଜାମ ସହରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେଲେ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଓ କେନ୍ଦ୍ରୀୟ ଶିକ୍ଷାର ମାନଦଣ୍ଡର ଶିକ୍ଷା ପାଇବେ, ଯାହା ପିଲାମାନଙ୍କ ଭବିଷ୍ୟତ ଗଢ଼ିବାରେ ଏକ ଦୃଢ଼ତାର ଭିତ୍ତି ସ୍ଥାପନ ହୋଇ ପାରିବ ବୋଲି ଉତ୍ସର୍ଗୀକୃତ ଭାବେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏହି ଦାବୀ ଉପସ୍ଥାପନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.