ସ୍ୱର୍ଗତ ଚନ୍ଦ୍ରମଣି ସାହୁଙ୍କ ପରିବାରଙ୍କୁ ସାନ୍ତ୍ୱନା ଦେଲେ ବିଜେପି ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଚନ୍ଦ୍ରମଣି ସାହୁଙ୍କ ବୁଧବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି । ଖବର ପାଇ ପଦ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ, ବରଗଡ ଜିଲ୍ଲା ଉପ ସଭାପତି ସୁନୀଲ ଅଗ୍ରୱାଲ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସରସ୍ୱତୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ୱଜ ବଗାର, ମଣ୍ଡଳ ସଭାପତି ଦିବ୍ୟ କିଶୋର ପଧାନ, ବିଜେପି ବରିଷ୍ଠ ନେତା ଡା. ନାରାୟଣ ପୁରୋହିତ, ସୁବ୍ରତ ସାହୁ, ମନୋଜ ମେହେର, ମନୋଜ ପଟେଲଙ୍କ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ପଦ୍ମପୁର ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେଇଥିଲେ ।

Leave A Reply

Your email address will not be published.