ସଂକ୍ରୀରେ ଏକ ଦିବସୀୟ ଲିଜେଣ୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସଂକ୍ରୀ ଗ୍ରାମ ଠାରେ ପ୍ରଥମ କରି ଲିଜେଣ୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜ୍ୟୋତି ସ୍ପୋର୍ଟିଂ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଆଠଟି ଫୁଟବଲ ଦଳ ମାଣ୍ଡିଆଢିପା, ବରଭଟା, ଦହିତା, ସଂକ୍ରୀ, ଘନାମାଲ, ପାଟଣାଗଡ଼, ଡଙ୍ଗାଘାଟ, ସରାଇପାଲି ଦଳ ଅଂଶ ଗ୍ରହଣ କରିଥିଲେ । ଅମଠୀ ସରପଞ୍ଚ ଲକ୍ଷେ ସିଂ ଥପା ଏବଂ ସମିତି ସଭ୍ୟ ପ୍ରେମାନନ୍ଦ ଚୌଧୁରୀ ପତକା ଉତ୍ତୋଳନ କରି ପ୍ରତିଯୋଗିତା ଆରମ୍ଭ କରିଥିଲେ । ଦହିତା ଦଳ ବରଭଟା ଦଳକୁ ଗୋଟିଏ ଗୋଲ ଦେଇ ଫାଇନାଲ ଯାଇଥିଲା । ଅନ୍ୟପଟରେ ଘନାମାଲ ଟାଇପ ରେକର୍ଡ ଜରିଆରେ ଫାଇନାଲ ଯାଇଥିଲା । ଫାଇନାଲ ମ୍ୟାଚ୍ ଦହିତା ଓ ଘନାମାଲ ମଧ୍ୟରେ ଖେଳା ଯାଇଥିଲା । ଯାହା ଟାଇପ ରେକର୍ଡ ମାଧ୍ୟମରେ ଦହିତା ଦଳ ୦୩ ଗୋଲରେ ବିଜୟୀ ହୋଇଥିଲା । ଉଲ୍ଲେଖ ଥାଉ କି ଏହି ଲିଜେଣ୍ଡ ଟୁର୍ଣ୍ଣାମେଣ୍ଟରେ ୩୫ ବର୍ଷରୁ ଅଧିକ ବୟସ୍କ ଖେଳାଳିମାନେ ଖେଳିଥିଲେ । ମୁଖ୍ୟ ଅତିଥି ଭାବରେ ସାଂସଦ ପ୍ରତିନିଧି ଦୁର୍ଗାପ୍ରସାଦ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବରେ ଛୋଟଅନକି ସମିତି ସଭ୍ୟ ସତ୍ୟମ୍ ପ୍ରଧାନ, ଅମଠୀ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଲମ୍ବୋଦର ପଣ୍ଡା, ସମାଜସେବୀ ଗୋବିନ୍ଦ ପଟେଲ, ମହେନ୍ଦ୍ର କୁମାର ବାରିକ, ମହାଦେବ ବେହେରା, ଦିବସ କୁମାର ସାହୁ, ଲଲିତ କୁମାର ମଲ୍ଲିକ, ମନୋଜ ବିହାରୀ ପାଣ୍ଡେ, ଦିଗାମ୍ବର ସାହୁ, ଗଣେଶ୍ୱର ପଟେଲ, ବୈବରଣା ରାଜେନ୍ଦ୍ର ପଟେଲ , କିଶୋର ପ୍ରଧାନ, ଶୁକଦେବ ବେହେରା, ଉଭୟ ଦଳକୁ ପୁରସ୍କାର ବିତରଣ କରିଥିଲେ । ରେଫରି ଭାବରେ ଭବାନୀ ଶଙ୍କର ମାଝୀ, ଚିତ୍ତରଞ୍ଜନ ପାଣ୍ଡେ, ଗୋପାଳ ଗୀଙ୍ଗୀରା, ମୁକେଶ ସେଠ୍ ଦାୟିତ୍ଵ ତୁଳାଇଥିଲେ । ଜ୍ୟୋତି ସ୍ପୋର୍ଟିଂର ସମସ୍ତ ଖେଳାଳି ସାହାଯ୍ୟ ସହଯୋଗ କରିଥିବା ବେଳେ ତୁଲାରାମ ପଟେଲ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.