ହରିବଂଶ ପାରାୟଣ ଉଦଯାପିତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଞ୍ଚାୟତର ବଘଲା ଗ୍ରାମରେ ଦୀର୍ଘ ଏଗାର ଦିନ ଧରି ଚାଲିଥିବା ହରିବଂଶ ପାରାୟଣ ଆଜି ସମାପନ ହୋଇଯାଇଛି । ରିଂକୁ ପଧାନ ଏବଂ ରିମାବତୀ ପଧାନ ମୂଖ୍ୟକର୍ତ୍ତା ଭାବେ ରହିଥିବା ବେଳେ ବ୍ୟାସ ସୁବାସ ଚନ୍ଦ୍ର ମିଶ୍ର ହରିବଂଶ ପାରାୟଣ ଗାୟନ କରିଥିଲେ । ପୂଜକ ଭାବେ ଅନିରୁଦ୍ଧ ମିଶ୍ର ଏବଂ ବାବୁଲୁ ମିଶ୍ର ଥିବାବେଳେ ଅତିଥି କଲାକାର ସୂର୍ଯ୍ୟ ରଥ ଯୋଗ ଦେଇଥିଲେ । ଏଗାର ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ହରିବଂଶ ଉପରେ ଆଧାରିତ ଚରିତ୍ର ଉପରେ ପର୍ଯ୍ୟବେସିତ କଳା ଅଭିନୀତ କରାଯାଇଥିଲା । ପ୍ରତିଦିନ ଶହ ଶହ ଭକ୍ତ ଏବଂ ଶ୍ରୋତା ଯୋଗଦେଇ ହରି ରସ ପାନ କରିଥିଲେ । ଭକ୍ତମାନଙ୍କ ପାଇଁ ପ୍ରତ୍ୟେକ ଦିନ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।ସହଯୋଗରେ ପ୍ରଶନ୍ନ ପଧାନ, ଜୟକୃଷ୍ଣ, ନିରାକାର, ନିର୍ମୟ ପଧାନ, ପିଣ୍ଟୁ, ଦୀପିକା, ପର୍ଶୁରାମ, ଲିପୁ, ବିଜୟ, ଚେତାରାମ, ଚିନୁ, ଚିମନ, ଆଶିଷ, ପ୍ରବୀଣ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.