ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ, ରାଉରକେଲା ଶାଖାର ୪୭ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ, ଅନିଲ କୁମାର ମଲ୍ଲିକ ଓ ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍ଏସ୍ପିର ପ୍ରାକ୍ତନ ସିଇଓ ପ୍ରଫେସର ଅତନୁ ଭୌମିକ ମୁଖ୍ୟ ଅତିଥି, ଆର୍ଏସ୍ପିର ସିଜିଏମ୍ ଏସ୍ ଏସ୍ ରାୟଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମ ଓ ସାମାଜିକ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା ନୃତ୍ୟ, ରଙ୍ଗୋଲି, କୁଇଜ୍, ସାଇକ୍ଲିଂ, ମାରାଥନ୍, ଡ୍ରଇଂ, ପାହାଡ ଚଢା ଆଦିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ଏକ ସ୍ମରଣିକା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସଭାପତି ଶ୍ରୀ ସ୍ୱାଇଁ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବୁଦ୍ଧଦେବ ବାସୁ, ପ୍ରାକ୍ତନ ସଭାପତି ଭାରତ ଭୂଷଣ ମହାନ୍ତି, ଉପସଭାପତି ଜି ଏନ୍ ଶ୍ରୀବାସ୍ତବ, ଅମିତାଭ ଠାକୁର, ସରୋଜ ପଟ୍ଟନାୟକ, ସମରକାନ୍ତ ମଲ୍ଲିକ, ଶ୍ରଦ୍ଧାଶ୍ରୀ ପଟ୍ଟନାୟକ, ଅନୁଶ୍ୱେତା ହେମ୍ରମ, ସୁରେଶ ଦାସ, ବିଜୟ ପଣ୍ଡା, ଦେବାଶିଷ ମହାନ୍ତି, ନୀଳମଣି ମହାପାତ୍ର, ଅନନ୍ତ ମହାନ୍ତି,ସଲିଳ ସାହୁ, ଆଶିଷ ହେମ୍ରମ, ଅର୍ଚ୍ଚନା ସାହୁ, ଅଜିତା ନାୟକ, ବିଷ୍ଣୁପ୍ରିୟା ସ୍ୱାଇଁ, ଲୁସି ଦାଶ, ବି ଏନ୍ ପଣ୍ଡା, ପି କେ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ନିରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।