ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ରାଉରକେଲାର ନ୍ୟାସା ଅଗ୍ରୱାଲ

ରାଉରକେଲା, (ସସ୍ମିତା ପ୍ରଧାନ) : କେବଳ ଏକ ପେନସିଲ ବ୍ୟବହାର କରି ଖାଟୁଶ୍ୟାମଙ୍କ ପ୍ରତିମୂର୍ତ୍ତି ଅଙ୍କନ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ରାଉରକେଲାର ନ୍ୟାସା ଅଗ୍ରୱାଲ । ସୂଚନାଯୋଗ୍ୟ ଯେ, ପାନପୋଷ ସ୍ଥିତ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ରାଉରକେଲାର ବିଏସ୍‌ସି ଦ୍ୱିତୀୟ ବର୍ଷର ବିଜ୍ଞାନ ସମ୍ମାନର ଛାତ୍ରୀ ନ୍ୟାସା ମାତ୍ର ୧୦ ଦିନ ମଧ୍ୟରେ ଏହି କଳାକୃତି ସମାପ୍ତ କରି ସମ୍ପୃକ୍ତ ସଂସ୍ଥା ନିକଟରେ ଚିତ୍ର ଓ ଏ ସଂକ୍ରାନ୍ତରେ ଭିଡିଓ ପଠାଇଥିଲେ । ଯାହା ତାଙ୍କ କଳାକୁ ସ୍ୱୀକୃତି ପ୍ରଦାନ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ସହର ପାଇଁ ଗର୍ବ ଆଣିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ରାଉରକେଲା ଜଗଦା ଅଞ୍ଚଳରେ ରହୁଥିବା ଆରତୀ ଅଗ୍ରୱାଲଙ୍କ ଝିଅ ନ୍ୟାସା ପ୍ରଭୁ ଖାଟୁଶ୍ୟାମଙ୍କ ଭଜନ ଗାନ କରି ଶ୍ରୋତାଙ୍କ ପ୍ରଶଂସା ସାଉଁଟୁଥିଲେ । ସେହି ପ୍ରଭୁଙ୍କ ଅନନ୍ୟ କଳାକୃତି ପାଇଁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ମିଳିଛି ।

Leave A Reply

Your email address will not be published.