ମ୍ୟୁଜିକ୍ ସର୍କଲ ପରିଚାଳିତ ସ୍ପ୍ରିଂଭେଲି ସ୍କୁଲର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ୍ ସର୍କଲ ପରିଚାଳିତ ସ୍ପ୍ରିଂଭେଲି ସ୍କୁଲର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଭୟ ଇଂରାଜୀ ଏବଂ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିସହ ଉପସ୍ଥିତ ଅଭିଭାବକ ମାନଙ୍କ ମଧ୍ୟରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଥିଲା । ସକାଳ ୮ଟାରେ ପ୍ରଭାତ ଫେରି ଓ ମଶାଲ ଶୋଭାଯାତ୍ରା ସହ କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବିବେକାନନ୍ଦ ପଣ୍ଡା, ସନ୍ତୋଷ କୁମାର ମଲ୍ଲିକ, ନିଖିଳେଶ୍ୱର ଦାସ, ତୁଳସୀ ବଲ୍ଲଭ ଦାସ, ଗୌରାଙ୍ଗ ଜେନା, ସ୍ନେହଲତା ନାୟକ, ଅନିନ୍ଦିତା ମାଇତି, ସୁନୀତା ସିଂହ, ସୋନାଲୀ ଦାସ, ଗୁଡ଼ିଆ କଂସାରୀ, ରିତୁ ରାୟ ଏବଂ ଅଜୟ ପଟ୍ଟନାୟକ ପ୍ରମୁଖ କର୍ମକର୍ତ୍ତା ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଜାନୁଆରୀ ୧୮ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ।

Leave A Reply

Your email address will not be published.