mahavir

ପଞ୍ଚମ ଦିନରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଆର୍‌ ହାଇସ୍କୁଲ ଖେଳ ପଡିଆ ଠାରେ ବଲାଙ୍ଗିର ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ପଞ୍ଚମ ଦିନରେ ପହଁଚିଛି । ଆଜିର ଏହି ପ୍ରତିଯୋଗିତାରେ କ୍ଲବର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟ-ଅତିଥି ଭାବରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଦୀପ ନାୟକ (ଆଇଏଏସ୍‌), ପୂର୍ବତନ ବରଗଡ଼ ସାଂସଦ ପ୍ରଭାସ ସିଂ, ଟାଉନ ଥାନା ଅଧିକାରୀ ଅବନୀ ସାହୁ, ଜେଲର ଉମାଶଙ୍କର ମାଝୀ, ଅତିରିକ୍ତ ତହସିଲଦାର ଅଶୋକ ମିଶ୍ର, ଶ୍ରୀକାନ୍ତ ଶର୍ମା, କ୍ଲକର ସଧାରଣ ସମ୍ପାଦକ ଜଗନ୍ନାଥ ମିଶ୍ର ମଂଚାସୀନ ଥିଲେ । ଦୋଳଗୋବିନ୍ଦ ମୁଣ୍ଡା, ରାଜେନ୍ଦ୍ର ଧାରୁଆ, ବିକି ବିଶି, ନିଶାରକାନ୍ତ ନାଗ, ସୁଶାନ୍ତ ନାଗ ଖେଳ ପରିଚାଳନା କରିଥବା ବେଳେ ମ୍ୟାଚ୍‌ କମିସନର ଭାବରେ ସୁନିଲ ଚନ୍ଦ୍ର ବିଶ୍ୱାଲ ରହିଥିଲେ । ଆଜି ପଞ୍ଚମ ଦିନରେ ମୟୁରଭଞ୍ଜ ସ୍ପୋଟ୍‌ସ ହଷ୍ଟେଲ ଏବଂ ମା’ ମଙ୍ଗଳା କ୍ଲବ ଢେଙ୍କାନାଳ ଫୁବବଲ କ୍ଲବ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ପରସ୍ପର ୧-୧ ଗୋଲ ଦେଇଥିଲେ । ପରିଶେଷରେ ଢେଙ୍କାନାଳ ଦଳ ପେନଲଟି ସୁଟ ଆଉଟ ଜରିଆରେ  ୩-୧ ଗୋଲରେ ମୟୁରଭଞ୍ଜ ଦଳକୁ ପରାସ୍ତ କରି ସେମି ଫାଇନାଲକୁ ଉତ୍‌ତ୍ତିର୍ଣ୍ଣ ହୋଇଥିଲା । ବିଶିଷ୍ଠ କ୍ରିଡାବିତ ଜୀବନ ସୁନା ଏବଂ ସଂଜୀବ ମହାରଣାଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ପବିତ୍ର ଖୁଣ୍ଟିଆ, ମଧୁ ବନଛୋର, ଲକ୍ଷ୍ମୀ ସ୍ୱାଇଁ, କିଶୋର ଦଣ୍ଡସେନା, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, ସଞ୍ଜୀବ ସାହୁ, ମନୋଜ କୁମାର ମିଶ୍ର, ଆକାଶ ମିଶ୍ର, ସରୋଜ ସାହୁ, ପୃଥୀରାଜ ବରାଡ, ରାମ ନାଏକ, ସୋନୁ ପଟ୍ଟନାୟକ, ପୂର୍ଣ୍ଣ ତ୍ରିପାଠୀ, ଦେବେନ ପାତ୍ର, ପ୍ରଦୀପ୍ତ ମିଶ୍ର, ଟିକୁ ପରିଚ୍ଛା, ନିତ୍ୟା ପଧାନ, ସରୋଜ ସାହୁ, ସନତ ତ୍ରିପାଠୀ, ପୃଥ୍ୱୀରାଜ ବରାଡ଼, ବିକାଶ ସା, ଅରୋ ରଞ୍ଜନ ମହାପାତ୍ର, ବିଦ୍ୟା ସାହୁ, ପ୍ରଦୀପ ସାହୁ, ଅରୁଣ ପଧାନ, ଯତୀନ୍ଦ୍ର ମିଶ୍ର, ସୁଶାନ୍ତ ନେଗୀ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତାକାଲି ଦ୍ଵିତୀୟ ସେମିଫାଇନାଲ ଢେଙ୍କାନାଳ ଏବଂ ଝାରସୁଗୁଡା ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୁଚନା ଦେଇଛନ୍ତି । ସଭାକୁ ଶରତ ନନ୍ଦ ପରିଚାଳନା କରିଥିବା ବେଳେ କ୍ଲବର ସଧାରଣସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.