ଲେମନ ଘାସ ତେଲ ରନ୍ଧା ଟାଙ୍କିରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ଘାସ ପୋଡ଼ି ନଷ୍ଟ

ବନ୍ଧୁଗାଁ : ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତର ସିଙ୍ଗିପୁଟ ଗ୍ରାମରେ ଥିବା ଲେମନ ଘାସ ତେଲ ଟାଙ୍କିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଘାସ ପୋଡି ନଷ୍ଟ ହୋଇଯାଇଛି । ମଧ୍ୟାହ୍ନ ସମୟରେ ତହସିଲ କାଯ୍ୟଳୟରୁ ପ୍ରାୟ ୨୦୦ ମିଟର ଦୂରତା ସମ୍ମୁଖରେ ଥିବା ଲେମନ ଘାସ ଟାଙ୍କି ନିକଟରେ ନିଆଁ ଲାଗି ଯାଇଥିଲା । ସଙ୍ଗେ ସଙ୍ଗେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ବହୁ କଷ୍ଟରେ ଆୟତ୍ତ କରିଥିଲେ । କିନ୍ତୁ ଏହାର ପ୍ରଭାବରେ ପାଖରେ ଥିବା ଜମି ଭିତରେ ଥିବା ଲେମନ ଘାସ ପଡ଼ିଆରେ ନିଆଁ ଲାଗି ପ୍ରାୟ ୪ ଏକର ଘାସ ପୋଡ଼ି ନଷ୍ଟ ହୋଇଯାଇଥିଲା । ଆନୁମାନିକ ୨ଲକ୍ଷ ଟଙ୍କାର ଘାସ ପୋଡ଼ି ନଷ୍ଟ ହୋଇ ଥିବା ଚାଷୀ ଜଣାଇଛନ୍ତି । ପାଖରେ ଟାଙ୍କି ମାଲିକ ଜି. ଫକିର ଓ ଜି. ରଞ୍ଜିତ ଉପସ୍ଥିତ ରହିଥିଲେ । ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.