- ଫେବୃୟାରୀ ୧ ରୁ ୪ ପର୍ଯ୍ୟନ୍ତ ଝଲସିବ ପାଟଣେଶ୍ୱରୀ ମନ୍ଦିର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ମନ୍ଦିର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେବାଳୟ ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ମହୋତ୍ସବ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜୋରଶୋରରେ ଚାଲିଥିବା ବେଳେ ଆସନ୍ତା ଫେବୃୟାରୀ ୨ ରୁ ୪ ପର୍ଯ୍ୟନ୍ତ ପାଟଣେଶ୍ୱରୀ ମହୋତ୍ସବ ଆୟୋଜିତ ହେବ । ଏହି ଉଦ୍ଦେଶ୍ୟରେ ରାଜପୁରୋହିତ ସନ୍ତୋଷ କୁମାର ଦାଶ ମା’ ପାଟଣେଶ୍ୱରୀ ରାଶି ନକ୍ଷତ୍ର ଓ ମହାରାଜଙ୍କ ରାଶି ନକ୍ଷତ୍ରରେ ଦିନ ଧାର୍ଯ୍ୟ ହୋଇଥିଲା । ମା’ ପାଟଣେଶ୍ୱରୀ ମନ୍ଦିର ପରିସରରେ ଶୁଭସ୍ତମ୍ଭ ସ୍ଥାପନ ହୋଇଥିଲା । ପ୍ରଥମେ ମା’ ପାଟଣେଶ୍ୱରୀ ଦେବୀଙ୍କ ଗୁପ୍ତପୂଜା କରି ଆଜ୍ଞାମାଳ ଅଣାଯାଇଥିଲା । ବେଦମନ୍ତ୍ର ଓ ତନ୍ତ୍ରରେ ପୂଜା ଆୟୋଜିତ ହୋଇଥିଲା । ପୂଜାରେ କର୍ତ୍ତାରୂପେ ରାଜ୍ୟସଭା ସାଂସଦ ନରଞ୍ଜର ବିଶି, ପୌରାଧ୍ୟକ୍ଷା ଲିକା ସାହୁ, ଡ. ରୁଦ୍ର ନାରାୟଣ ପଟେଲ, ଦେବାଳୟ ଐତିହ୍ୟ ଟ୍ରଷ୍ଟ ସଭାପତି ଜୟକୃଷ୍ଣ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଅନିତା ମିଶ୍ର ସଂକଳ୍ପ ନେଇଥିଲେ । ପଣ୍ଡିତ ସନ୍ତୋଷ କୁମାର ମିଶ୍ର, ପଣ୍ଡିତ ରଘୁନାଥ ଶତପଥି, ଅମୀତ ତ୍ରିପାଠୀ, ମନ୍ଦିର ପୂଜକ ମହେନ୍ଦ୍ର ଦିସ୍ରୀ ବେଦମନ୍ତ୍ର ଉଚ୍ଚାରଣ କରି ପୂଜା ଦାୟିତ୍ୱ ସହଯୋଗ କରିଥିଲେ । ଲଗ୍ନ ଅନୁସାରେ ଘ.୧୧.୩୦ ମି. ରେ ଶୁଭସ୍ତମ୍ଭକୁ ସ୍ଥାପନା କରି ରାଜପୁରୋହିତ ସ୍ଥାପନ କରିଥିଲେ । ଆଗାମୀ ଦିନରେ ୬୦୦ ରୁ ଉର୍ଦ୍ଧ୍ୱ ମନ୍ଦିରକୁ ମା’ଙ୍କ ନିୟତା ବୋଲି କମିିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ସୁରେନ୍ଦ୍ର କୁମାର ନେଗୀ, ଅଶ୍ୱିନୀ କୁମାର ପଟ୍ଟନାୟକ, ଦିନେଶ କୁମାର ଶର୍ମା, ରିଣ୍ଟୁ ସାହୁ, ଶମ୍ଭୁ ଶତପଥି, ମୁନା ପଟ୍ଟନାୟକ, ଲଳିତ ପୁଝାରୀ, ଅରୁଣ କୁମାର ମିଶ୍ର, ରସରାଜ ପୁରୋହିତ, ପ୍ରକାଶ ବରେଇ, ଆଶିଷ ମେହେର, ବିଶ୍ୱଜିତ ନାଥ, ବାବୁଲି ନାଏକ, ସଂଗୀତା ଦାଶ, ପ୍ରଶନ୍ନ ମିଶ୍ର ସମେତ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇଥିଲେ । ଶେଷରେ ପ୍ରଶାନ୍ତ ମହାକୁର ଧନ୍ୟବାଦ ଦେଇଥିଲେ ।