ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧବାର୍ଷିକୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଠାରେ ଶବ୍ଦ ନୃତ୍ୟ ଆଦିଗୁରୁ ଭଜମନ ଦାସ କଳା ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା, କଳା ଓ ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଆନନ୍ଦ ଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଡିଗ୍ରୀ ମେହେର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସମିତି ସଭ୍ୟ ପ୍ରକାଶ ବେହେରା ଓ ସମ୍ମାନିତ ଅତିଥି ଭାବେ ସୁରେଶ ଚନ୍ଦ୍ର ଦାସ ଯୋଗଦେଇ ଶାସ୍ତ୍ରୀୟ ଶବ୍ଦ ନୃତ୍ୟର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନରେ ସରୋଜ ଦାସ, ପବିତ୍ର ମୋହନ ବେହେରା, ଅନିରୁଦ୍ଧ ପାତ୍ର, ମୁରଲୀଧର ସେଠୀ, ଧର୍ମେନ୍ଦ୍ର ସେଠୀ, ବରୁଣ କୁମାର ବଗର୍ତ୍ତୀ, କାର୍ତ୍ତିକ ପଧାନ, ଗଣେଶ ପାଣ୍ଡେ, ପ୍ରଦୀପ ପାତ୍ର, ରାଧେଶ୍ୟାମ ମେହେର, ମନ୍ମଥ ସାହୁ, ବୃନ୍ଦାବନ ପୁରୋହିତ, ଅଚ୍ୟୁତ ପଧାନ, ସୁବାସ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ଆବାହକ ଦିନେଶ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.