କ୍ରିୟା ଯୋଗ ଆଶ୍ରମ ଜୟପାଟଣା ଶାଖାର ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : କ୍ରିୟା ଯୋଗ ଆଶ୍ରମ ଜୟପାଟଣା ଶାଖା ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ଓ ଯୋଗ ଶିବିରର ଭବ୍ୟ ଆୟୋଜନ ହୋଇଯାଇଛି । ଆୟୋଜିତ ସମାରୋହରେ ପୂଜ୍ୟ ପରମହଂସ ଆତ୍ମାନନ୍ଦ ସ୍ୱାମୀ ଉପସ୍ଥିତ ରହି ସାଂପ୍ରତିକ ସ୍ଥିତିର କ୍ରିୟାଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । କାର୍ଯ୍ୟକ୍ରମକୁ ବିଭିନ୍ନ ଅଂଚଳରୁ ଦୀକ୍ଷିତମାନେ ଶତାଧିକ ସଂଖ୍ୟାରେ ଉପସ୍ଥିତ ରହି ଗୁରୁ ଦର୍ଶନ ଓ ଯୋଗ ଶିବିରର ଲାଭ ଉଠାଇ ଥିଲେ । ଶିବିରରେ ଆୟୋଜିତ ଦୀକ୍ଷାନ୍ତ କାର୍ଯ୍ୟକ୍ରମକୁ ଉମେଶ ଚନ୍ଦ୍ର ପଣ୍ଡା, ବଦ୍ରି ପ୍ରସାଦ ମିଶ୍ର, ବସନ୍ତ କୁମାର ଯୋଶୀ ପରିଚାଳନା କରିଥିଲେ । ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ଉଦ୍ୟୋଗ ପତି ସୁବାସ ଚନ୍ଦ୍ର ମୁଣ୍ଡ ନୂତନ ଆଶ୍ରମ ଗୃହ ନିର୍ମାଣ ପାଇଁ ଜମିଦାନ କରିବାର ଘୋଷଣାକୁ ସମସ୍ତ କ୍ରିୟା ଯୋଗ ପରିବାର ସ୍ଵାଗତ କରିଥିଲେ ।

Leave A Reply

Your email address will not be published.