
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ଅଲେଖ ମହିମା ପୀଠରେ ପୌଷ ଚତୁର୍ଦ୍ଦଶୀ ଉପଲକ୍ଷେ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଶୁକ୍ରବାର ଦିନ ଭୋର୍ ୦୪ ଟାରୁ ଘୃତ, ଅଗ୍ନି ପ୍ରଜ୍ୱଳିତ କରି ଯଜ୍ଞ ଆରମ୍ଭ କରାଯାଇଥିଲା । ଏଥରେ ମଠାଧୀଶ ସାଧୁ ପରମାନନ୍ଦ ଦାସ ମୁଖ୍ୟ ଦାୟିତ୍ଵ ତୁଲେଇଥିବାବେଳେ, ସାଧୁ ଇନ୍ଦ୍ରମଣି ଦାସ, ବିଷ୍ଣୁ ଭକ୍ତ, କୁଶ ଭକ୍ତ, ଲୋକନାଥ ଭକ୍ତ, ସହଦେବ ଭକ୍ତ, ମହତ ଭକ୍ତ, ମିଥୁନ ଭକ୍ତ, ପ୍ରେମରାଜ ବଗର୍ତ୍ତୀ, ରୁକବନ୍ତ କାଣ୍ଡ, ମୋହିତ ରଣା, ଅନନ୍ତ ବାଗ ପ୍ରମୁଖ ସହଯୋଗ କରିଥିଲେ । ଅତିଥି ହିସାବରେ ସମାଜ ସେବୀ ଯୁବରାଜ ବାଗ, ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା ଆସିଥିଲେ । ଏହି ଯଜ୍ଞରେ ଶହଶହ ଭକ୍ତର ସମାଗମ ହୋଇଥିଲା । ରାତ୍ରିରେ ମନୋରଞ୍ଜନ କାର୍ଯ୍ୟକ୍ରମ ଦଣ୍ଡନୃତ୍ୟ ରଖାଯାଇଥିଲା ।