- ଓଲିଉଡ ଓ ବଲିଉଡ କଳାକାରଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ଢ଼ୋଲ, ନିଶାନ୍ ଓ ଆାଦିବାସୀଙ୍କ ନୃତ୍ୟର ତାଳେ ତାଳେ ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଏହି ଉତ୍ସବ ପାଳନ, ଲୋକମାନଙ୍କର ମନକୁ ବେଶ ପ୍ରଫୁଲ୍ଲିତ କରିଛି । ପ୍ରଥମ ଦିନରେ ସକାଳ ନଅଟା ସମୟରେ ଅନୁଷ୍ଠାନର ପତାକା ଉତ୍ତୋଳନ କେସିଙ୍ଗା ତହସିଲଦାର ଶ୍ରୀମତୀ ପ୍ରଶାନ୍ତି ପ୍ରଧାନ ଦ୍ଵାରା ହୋଇଥିଲା । ଏକ ସାଂସ୍କୃତିକ ଶୋଭାଯାତ୍ରା ବୁଢାଡଙ୍ଗର ମନ୍ଦିର ଠାରୁ ଲୋକ ମହୋତ୍ସବ ମଞ୍ଚ ପର୍ଯ୍ୟନ୍ତ ହୋଇଥିଲା । ତହସିଲଦାରଙ୍କ ଦ୍ଵାରା ମଞ୍ଚପୂଜା ଓ ମହୋତ୍ସବର ଶୁଭ ଉଦଘାଟନ ହୋଇଥିଲା । ଚିତ୍ରକଳା ପ୍ରଦର୍ଶନୀ, ଏସ୍ଏଚ୍ଜି ମାଆଙ୍କ ଝୋଟି ପ୍ରତିଯୋଗିତା, ସମ୍ବଲପୁରୀ ସଙ୍ଗୀତ ବିଚିତ୍ରା, ସନ୍ଧ୍ୟାରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଆ ସରକାରଙ୍କ ଓଡିଶା ନୃତ୍ୟ, ବଜାଶାଲ, ଢାପ ନୃତ୍ୟ, ଘଟନୃତ୍ୟ, ଛଉ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ ଓ ଆଦିନୃତ୍ୟର କାର୍ଯ୍ୟକ୍ରମ ଥିଲାବେଳେ ମଞ୍ଚରେ ବିଶିଷ୍ଟ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସମ୍ମାନିତ ଅତିଥି ଜିଲ୍ଲା ସାଂସ୍କୃତିକ ଅଧିକାରୀ ବିବେକାନନ୍ଦ ମହାନନ୍ଦ, ସ୍ଵତନ୍ତ୍ର ଅତିଥି ଅଧ୍ୟକ୍ଷ ପଞ୍ଚାୟତ ସମିତି ଚନ୍ଦନ ସେନାପତି ଉପସ୍ଥିତ ଥିଲେ । ଦ୍ଵିତୀୟ ଦିନରେ ପ୍ରଥମେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ସଭାପତି ଶ୍ରୀମତୀ ଯାଜ୍ଞସେନୀ ସାହାଙ୍କ ନେତୃତ୍ଵରେ ଉଦ୍ଘାଟନ କରିଥିଲେ । ମେଜର ଡଃ, ଜୟଦେବ ସାହୁ, ମୁଖ୍ୟ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ନର୍ଲା ବିପିନ ବିହାରୀ ଦୀପ, ସମ୍ମାନିତ ଅତିଥି ବିଶିଷ୍ଟ ସାହିତ୍ୟିକ ଭିକାରୀ ମିଶ୍ର ଉପସ୍ଥିତ ଥିଲେ । ସନ୍ଧ୍ୟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବିଧାୟକ ଧର୍ମଗଢ଼ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ବିଶିଷ୍ଟ ଅତିଥି କୁଳପତି ମା’ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଭବାନୀପାଟଣା, ସମ୍ମାନିତ ଅତିଥି ଅଧ୍ୟକ୍ଷ ବିଜ୍ଞାପିତ ଅଞ୍ଚଳ ପରିଷଦ ନୃପରାଜ ଯାଦବ ଓ ସ୍ଵତନ୍ତ୍ର ଅତିଥି ଏସ୍ଡିପିଓ କେସିଙ୍ଗା ସନ୍ଦୀପ କୁମାର ମାଝୀ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶା ନୃତ୍ୟ, ଲୋକନୃତ୍ୟ, ସମ୍ବଲପୁରୀ, ଜାତୀୟ ହାସ୍ୟ ତାରକା ଜୁନିଅର ରାଜୁ ଶ୍ରୀବାସ୍ତବ ରିୟାଜ ଇଣ୍ଡିଆନ୍, ବଲିଓଡର ଓ ଓଲିଉଡ ସିନେତାରକା ଏବଂ କଣ୍ଠଶିଳ୍ପୀଙ୍କ ଦ୍ଵାରା କେସିଙ୍ଗାର ଏହି ଉତ୍ସବର ଶ୍ରୋତାଙ୍କୁ ମନମୁଗ୍ଧ କରିଥିଲେ । ବଲିଉଡ କଣ୍ଠଶିଳ୍ପୀ ମୁମ୍ବାଇ ଶ୍ରୀୟାଶ୍ରୀ ଭଟ୍ଟାଚାର୍ଯ୍ୟ, ଓଲିଉଡ ସିନେଷ୍ଟାର ପୁପିନ୍ଦର ସିଂ, ଓଲିଉଡ କଣ୍ଠଶିଳ୍ପୀ ମନସ୍ଵିନୀ, ରୋଜାଲିନ ଓ ଜେମ୍ସ । ଏହି ଉତ୍ସବରେ ସମ୍ମାନିତ ହୋଇଥିଲେ ବିଶିଷ୍ଟ ଚିକିତ୍ସକ, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷାବିତ୍, ସମାଜସେବୀ ଓ କଳାହାଣ୍ଡି କଟପା ସୁନୀଲ ମହାନନ୍ଦ । ବୃନ୍ଦାବନ ସାଂସ୍କୁତିକ ଅନୁଷ୍ଠାନ ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ଵରେ ଆୟୋଜିତ ହୋଇଥିଲା ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ସମ୍ପାଦକ ଅକ୍ଷୀୟ ଦାସ । ମଞ୍ଚ ପରିଚାଳନା କରିଥିଲେ ଜ୍ଞାନେନ୍ଦ୍ର ଭୋଇ ଓ ଦୀପ୍ତିମୟୀ । ସହଯୋଗ କରିଥିଲେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ।