ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ : ୮୫୬ ମାମଲାରୁ ୫୪ ଲକ୍ଷ ୧୭ ହଜାର ଟଙ୍କା ଜରିମାନା ଆଦାୟ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଜଜ କୋର୍ଟ ପରିସରରେ ଚତୁର୍ଥ ଜାତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପ୍ରାଧିକରଣର ସଭାପତି ତଥା ଜିଲ୍ଲା ଓ ଦୌରା ଜଜ ଧନୁର୍ଦ୍ଧର ସେନାପତିଙ୍କ ପ୍ରତାକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୮୫୬ ଟି ବିଭିନ୍ନ ମାମଲାର ଫଇସଲା କରାଯାଇ ମୋଟ ୫୪ ହଜାର ୧୭ ଲକ୍ଷ ୬୩୪ ଟଙ୍କା ଜରିମାନ ଆଦାୟ କରାଯାଇଥିଲା । ଏଥିରେ ଫ୍ୟାମିଲି କୋର୍ଟ ଜଜ ପ୍ରଶାନ୍ତ କୁମାର ମିଶ୍ର, ଏଡିଜେ ଦିଲ୍ଲୀପ କୁମାର ବିଶ୍ୱାଳ, ସିଜେଏମ ବିଶ୍ୱ ବିଶୃତା କର, ରେଜିଷ୍ଟ୍ରାର ପ୍ରଜ୍ଞା ପ୍ରମିତା ପ୍ରତିହାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସେକ୍ରେଟାରୀ ଦେବାଶିଷ ଦାଶ, ସବ ଜଜ ଗଗନ ସାହୁ, ସବ ଜଜ(ମହିଳା) ବବିତା ପାତ୍ର, ଏସଡିଜେଏମ ସୁଦେଷ୍ଣା ପଟ୍ଟନାୟକ, ଜେଏମଏଫସି ପ୍ରଣତି ରଥ ପ୍ରମୁଖ ଯୋଗ ଦେଇ ସମସ୍ତ ମାମଲାର ବିଚାର କରିଥିଲେ । ଜିପି ବ୍ୟୋମକେଶ ଦାଶ, ଆଇନଜୀବୀ ଅଜିତ ନାରାୟଣ ହୋତା, ଶ୍ରୀନିବାସ ଦାଶ, ବଜେନ୍ଦ୍ର ବିଶି, ପ୍ରବୋଧ ଦାଶ, ପ୍ରଣତି କୁମ୍ଭାର, ଅବନୀ ପୁଜାହାରୀ, ମଧୁସୂଦନ ଦାନୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାଧିକରଣ ର ଅର୍ଜୁନ ବେହେରା, ବିନ୍ଦୁସାର ମହାପାତ୍ର, କେଶବ ଗୁରୁ, ଗୌରୀଶଙ୍କର ପାଣିଗ୍ରାହୀ, ଜୋତ୍ସାରାଣୀ ବେହେରା, ସିଦ୍ଧାନ୍ତ କୁମାର ବାଘ, କମଳ ଲୋଚନ ବେହେରା, କାହ୍ନୁ ଚରଣ ରଥ, ଅମନ ସାହୁ, ବେଣୁଧର ମଲ୍ଲିକ, ରଞ୍ଜନ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.