mahavir

୧୯ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ ତାଲିମ ଶିବିର ଉଦଯାପିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ପିପିଲିପାଲି ସ୍ଥିତ ବିଶ୍ଵଭାରତୀ ଚିନ୍ତନ ଶିକ୍ଷା ନିକେତନ ଠାରେ ତିନି ଦିନ ଧରି ଅନୁଷ୍ଠିତ ଜିଲ୍ଲାସ୍ତରୀୟ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଧର୍ମସିଂ ମିଶ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜୁନିଅର ରେଡକ୍ରସର ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ମିନାରାଣୀ ମଙ୍ଗଳ ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲାର ଜେଆର୍‌ସି ସମ୍ପାଦକ ତଥା ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ରେଡକ୍ରସ ଉପ ସଭାପତି ଗତିକୃଷ୍ଣ ମିଶ୍ର ଶିବିରାର୍ଥୀ ମାନଙ୍କୁ ସ୍ୱାସ୍ଥ୍ୟ, ସେବା ଓ ବିଶ୍ଵବନ୍ଧୁତାକୁ ପାଥେୟ କରି ପାଇଥିବା ତାଲିମକୁ ଜୀବନରେ ଉପଯୋଗ ପୂର୍ବକ ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜାତୀୟ ପୁରସ୍ମାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ପଣ୍ଡା, ସୋନପୁର ତଥା ବିନିକା ବିଇଓ ଲକ୍ଷ୍ମଣ ମିଶ୍ର, ସୋନପୁର ଏବିଇଓ କୃଷ୍ଣଚନ୍ଦ୍ର ପଣ୍ଡା, ଅଧ୍ୟାପକ ଉଦ୍ଧବ ପ୍ରଧାନ, ରାଜ୍ୟ ପୁରସ୍କାର ପ୍ରାପ୍ତ ଫାଷ୍ଟ ଏଡର ରାମ ନାରାୟଣ ଦାଶ, ଦୁର୍ଯ୍ୟୋଧନ ପଶାୟତ, ବରଗଡ ଜେଆର୍‌ସିଓ ହେମନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ହୋଇଥିବା ରକ୍ତଦାନ ଶିବିରରେ ୨୪ ୟୁନିଟ୍ ରକ୍ତ ସଂଗ୍ରହିତ ହୋଇଥିଲା । ଏହି ଶିବିରରେ ୪୨୫ ଜଣ ଜୁନିଅର ଏବଂ ୧୪୩ ଜଣ ପରାମର୍ଶ ଦାତା ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିବିର ପରିଚାଳନାରେ ବିସିସି ଗୋପେଶ ପଣ୍ଡା, ବିଶ୍ୱନାଥ ପାଣିଗ୍ରାହୀ, ପବିତ୍ର ବାରିକ, ନିମେଇଁ ଚରଣ ମଲ୍ଲିକ, ବିଜୟ ପଣ୍ଡା, ବୈକୁଣ୍ଠନାଥ ନାୟକ, ସାଧନ କର୍ମୀ ଚନ୍ଦ୍ର ଶେଖର ମହାପାତ୍ର, ହୃଷିକେଶ ଡାଙ୍ଗ, ତପସ୍ୱିନୀ ଦାଶ, ଶେଷଦେବ ଛତର, ଆଶିଷ ନାଏକ, ହୃଷିକେଶ ଚାନ୍ଦ, ଜଗଦୀଶ ଦାଶ, ବାସୁଦେବ ବିଶି, ବନବାସ ମେହେର, ସୁବ୍ରତ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶିବିରକୁ ବରିଷ୍ଠ ସାଧନକର୍ମୀ ଚନ୍ଦ୍ରମଣୀ ବାଘ ପରିଚାଳନା କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.