- ପ୍ରଦ୍ୟୁମ୍ନ କାର୍ଯ୍ୟକାରୀ ଅଧ୍ୟକ୍ଷ, ବନାମାଳୀ ସାଧାରଣ ସଂପାଦକ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ନାଟକ, ସାହିତ୍ୟ ଓ ସମାଜସେବା ପାଇଁ ସମର୍ପିତ ସୁବର୍ଣ୍ଣପୁରର ପ୍ରତିଷ୍ଠିତ ଅନୁଷ୍ଠାନ ନୋଡ଼ାଲ ଏସୋସିଏସନ ଫର ଏମେଚ୍ୟୋର୍ ଥିଏଟର (ନାଟ)ର ଦ୍ଵିବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ବନବିଭାଗ ନର୍ସରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନାଟର ବିଗତ ଦିନ ଗୁଡ଼ିକରେ ଅନୁଷ୍ଠିତ କାର୍ଯ୍ୟକ୍ରମ ବିଷୟରେ ଆଲୋଚ଼ନା ହେବା ସହ ଆଗାମୀ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଗରିବ ସାଲେମା ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ନାଟ ଅନୁଷ୍ଠାନର ସମ୍ବିଧାନ କ୍ରମେ ରାଷ୍ଟ୍ରୀୟ ନାଟ ସମ୍ମାନରେ ସମ୍ମାନିତ ବିଶିଷ୍ଟ ନାଟ୍ୟକାର ଏବଂ ନିର୍ଦ୍ଦେଶକ ଡ. ଦ୍ଵାରିକାନାଥ ନାୟକ ନାଟର ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ଭାବେ ଶୋଭା ମଣ୍ଡନ କରିଥିବା ବେଳେ ପୁଣି ଥରେ ବିଶିଷ୍ଟ ନାଟ୍ୟକାର ଏବଂ ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ କୁମାର ସାହୁ ସର୍ବସମ୍ମତି କ୍ରମେ ନାଟର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ବିଶିଷ୍ଟ ସଂଗଠକ ବନମାଳି ପଣ୍ଡା ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଠିକ ସେହିପରି ଶୈଳେନ୍ଦ୍ର ବସ୍ତିଆ ଉପସଭାପତି, ସଂସ୍କୃତି ସଂପାଦକ ଅବିନାଶ ହୋତା, ସାହିତ୍ୟ ସମ୍ପାଦକ ଲକ୍ଷ୍ମୀନାରାୟଣ ସାହୁ, ସମାଜସେବା ସମ୍ପାଦକ ସଞ୍ଜୟ କୁମାର ପଣ୍ଡା, କୋଷାଧକ୍ଷ୍ୟ ଜ୍ୟୋତି ବିକାଶ ମିଶ୍ର ଏବଂ କାର୍ଯ୍ୟକାରୀ ସମିତି ସଦସ୍ୟ ଭାବେ ଅଜିତ କୁମାର ମେହେର, ଗତିକୃଷ୍ଣ ବଣିଆ, ଅମୀୟ ରଞ୍ଜନ ଦାଶ, ସନ୍ତୋଷ କୁମାର ମିଶ୍ର ଏବଂ ବିଶ୍ଵଜିତ ମହାପାତ୍ର ମନୋନୀତ ହୋଇଛନ୍ତି । ସଂସ୍କୃତି କୋର କମିଟିରେ କାର୍ଯ୍ୟକାରୀ ସମିତି ପ୍ରତିନିଧି ଭାବେ ଅମୀୟ ରଞ୍ଜନ ଦାଶ ଥିବା ବେଳେ ସଦସ୍ୟ ଭାବେ ଚିନ୍ମୟ ରଥ, ସମୀର ସାହୁ, ଦେବାଶିଷ ପଟ୍ଟନାୟକ ଏବଂ ସୌମ୍ୟକାନ୍ତ ମିଶ୍ର ମନୋନୀତ ହୋଇଛନ୍ତି । ସାହିତ୍ୟ କୋର କମିଟିରେ କାର୍ଯ୍ୟକାରୀ ସମିତି ପ୍ରତିନିଧି ଭାବେ ପ୍ରଦ୍ୟୁମ୍ନ କୁମାର ସାହୁ ଥିବା ବେଳେ ସଦସ୍ୟ ଭାବେ ରେଖା ପ୍ରଧାନ, ରାଜ ନାରାୟଣ ମିଶ୍ର ଏବଂ ଶିବରାମ ମିଶ୍ର ମନୋନୀତ ହୋଇଛନ୍ତି । ସମାଜସେବା କୋର କମିଟିରେ ସ୍ଥାୟୀ ସଦସ୍ୟ ଭାବେ ପ୍ରଦ୍ୟୁମ୍ନ କୁମାର ସାହୁ, କାର୍ଯ୍ୟକାରୀ ସମିତି ପ୍ରତିନିଧି ଭାବେ ଅଜିତ କୁମାର ମେହେର ଥିବା ବେଳେ ସଦସ୍ୟ ଭାବେ ସବିତା ସାହୁ, ଶୈବାଳୀ ଦାଶ, ମହେଶ ରଞ୍ଜନ ପୁରୋହିତ ଏବଂ ପ୍ରମୋଦ କୁମାର ପାତ୍ର ମନୋନୀତ ହୋଇଛନ୍ତି । ସମାଜସେବା କୋର କମିଟିର କାର୍ଯ୍ୟକାରୀ ଆବାହିକା ଭାବେ ପ୍ରଜ୍ଞା ପରିମିତା ଦାଶ ମନୋନୀତ ହୋଇଛନ୍ତି ।