ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷ୍ଟେଟ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ (ଓଡିଶା), ବଲାଙ୍ଗିର ଶାଖାର ପ୍ରାନ୍ତୀୟ ସମାବେଶ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏସ୍ୟୁଜେ ବଲାଙ୍ଗିର ଶାଖାର ସଭାପତି ଶରତ କୁମାର ମହାକୁର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ତଥା ପରିଚାଳନାରେ ଅନୁଷ୍ଠିତ ଭବ୍ୟ ସମାବେଶରେ ବଲାଙ୍ଗିର ଜିଲ୍ଲା ସମେତ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡା, କଳାହାଣ୍ଡି, ନୟାଗଡ, ରାୟଗଡା, ଯାଜପୁର, ଦେବଗଡ ଜିଲ୍ଲାର ସକ୍ରିୟ ସଦସ୍ୟ, ସଭାପତି, ସମ୍ପାଦକ ତଥା ରାଜ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ । ଏସ୍ୟୁଜେ ବଲାଙ୍ଗିର ଶାଖାର ସାଧାରଣ ସଂପାଦକ ରଘୁନନ୍ଦନ ସିଂହ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ସମାବେଶରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରଧ୍ୟକ୍ଷା ଲିକା ସାହୁ ଯୋଗ ଦେଇ ସମାଜରେ ସକାରତ୍ମକ ପରିବର୍ତ୍ତନ ଦିଗରେ ସାମ୍ବାଦିକମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅରବିନ୍ଦ ଓଝା ଯୋଗ ଦେଇ ମୂଲ୍ୟବୋଧ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଆଲୋଚନାରେ ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟର ଜର୍ଣ୍ଣାଲିଜିମ୍ ବିଭାଗର ଛାତ୍ରୀମାନେ ଭାଗ ନେଇଥିଲେ । ଏହି ଅବସରରେ ସାମ୍ବାଦିକ ବଳରାମ ମିଶ୍ର, ଚନ୍ଦ୍ରଭାନୁ ମୌଲାନା, ପ୍ରବୀଣ ପୁରୋହିତ, ରଶ୍ମିରଂଜନ ପଟ୍ଟନାୟକ, ଖବରକାଗଜ ବିତରକ ଜୟପ୍ରକାଶ ମଟାରୀ, ଡାକ୍ତର ବେଣୁଧର ପାଣ୍ଡେ, ଉଦ୍ୟୋଗୀ ମହିଳା ମୀରା ଦେବୀ କେଜ୍ରିୱାଲ ଓ ସୁଜାତା ଅଗ୍ରୱାଲଙ୍କୁ ଏସ୍ୟୁଜେ ତରଫରୁ ମାନପତ୍ର ଓ ଉପଢେ଼øକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମାବେଶରେ ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ସାମ୍ବାଦିକ ଏକତା, ସୁରକ୍ଷା, ପେନସନ ଓ ବୀମାରାଶି ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସମ୍ପର୍କରେ ଅନେକ ତଥ୍ୟ ଉପସ୍ଥାପନା କରିଥିଲେ । ଜିଲ୍ଲା ରାଜ୍ୟ ଉପସଭାପତି ମହେନ୍ଦ୍ର ଦର୍ଜି ଅତିଥି ପରିଚୟ ପ୍ରଦାନ କରିଥିଲେ । ସମାବେଶରେ ଅନ୍ୟତମ ଅତିଥି ଭାବେ ଜାତୀୟ ସାଧାରଣ ସଂପାଦକ ଡ. ଚିନ୍ତାମଣି ପାଢୀ, ରାଜ୍ୟ ଯୋଗାଯୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଶଶି ଭୂଷଣ ଷଡଙ୍ଗୀ, ରାଜ୍ୟ କାର୍ଯ୍ୟକାରୀ ସଭାପତି କିର୍ତ୍ତି ଚନ୍ଦ୍ର ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢୀ, ରାଜ୍ୟ ଉପଦେଷ୍ଟା ଗୋପବନ୍ଧୁ ଶତପଥୀ, ରାଜ୍ୟ ଟ୍ରିବୁନାଲ ଅଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରି ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ଆଜିର ଆହ୍ୱାନ ହେବା ଉଚିତ ବୋଲି କହିଥିଲେ । ସାମ୍ବାଦିକ ସୁରକ୍ଷା ଓ ପେନସନ ପାଇଁ ସରକାର ନୂତନ ଆଇନ ପ୍ରଣୟନ କରିବାକୁ ନିବେଦନ କରିଥିଲେ । ସାମ୍ବାଦିକମାନେ ସତ୍ୟ ଓ ନିର୍ଭିକ ହୋଇ ଖବର ପରିବେଷଣ କଲେ ଗଣତନ୍ତ୍ର ସୁଦୃୃଢ ହୋଇ ପାରିବ ବୋଲି ବକ୍ତାମାନେ ମତ ଦେଇଥିଲେ । ଏହି ଅବସରରେ ଏସ୍ୟୁଜେର ନୂତନ ସଭ୍ୟ ସାମ୍ବାଦିକ ଚିତ୍ତ ରଂଜନ ମିଶ୍ରଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ପଧାନ, ରାଜେଶ ପାଣିଗ୍ରାହୀ, ସୁଧୀର ମିଶ୍ର, ନିରୋଜ ମିଶ୍ର, ସତ୍ୟ ନାରାୟଣ ମିଶ୍ର (ବଣ୍ଟି), ସନ୍ତୋଷ ଠାକୁର, ବିନୋଦ ଦୀପ, ମାନସୀ ମିଶ୍ର, ରାଧାକୃଷ୍ଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଜର୍ଣ୍ଣାଲିଜିମ୍ ଛାତ୍ରୀମାନଙ୍କୁ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ମନୋରଂଜନ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।