ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ମହାସମାରୋହରେ ପାଳିତ ହୋଇଯାଇଛି । ବଡିଭୋରରୁ ନଗର ସଙ୍କୀର୍ତ୍ତନ, ଷୋଡ଼ଶ ଉପଚାର ପୂଜା, ଅନ୍ନ ପ୍ରସାଦ, ନାରାୟଣ ସେବା, ଶୀତବସ୍ତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାବାଙ୍କ ପ୍ରତିମୂର୍ତ୍ତିକୁ ଏକ ସୁସଜ୍ଜିତ ରଥରେ ବସାଇ ନଗର ପରିକ୍ରମା ସମୟରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇ ଥିବାବେଳେ ବିଭିନ୍ନ ସ୍ଥାନରେ ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସନ୍ଧ୍ୟା ଆଳତି ଓ ଭଜନ ପରେ ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡାଙ୍କ ଦ୍ଵାରା ବାବାଙ୍କ ବାଣୀ ଓ ମାନବ ଜୀବନରେ ତାହାର ପ୍ରୟୋଗ ସମ୍ପର୍କରେ ପ୍ରବଚନ ରଖିଥିଲେ । ସୁରେନ୍ଦ୍ର ମୋହନ ଯୋଶୀ, ବିମ୍ବାଧର ପଣ୍ଡା, ଅବିନାଶ ବେହେରା ସୁଧୀର ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
Prev Post