ସ୍ୱଚ୍ଛ ଭାରତ ଅଭିଯାନରେ ଯୋଗଦେଲେ ମନ୍ତ୍ରୀ ରବି ନାୟକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ରୟାଲ ପଡିଆ ନିକଟସ୍ଥ ଶ୍ରୀ ବାଲାଜୀ ହନୁମାନ ମନ୍ଦିର ଠାରେ ସ୍ଵଚ୍ଛ ଭାରତ ସଙ୍ଗଠନ ସୋନପୁର-ମନମୁଣ୍ଡା ପକ୍ଷରୁ ସ୍ୱଚ୍ଛତା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଥିବା ଓଡ଼ିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବି ନାୟକ ଏଠାରେ ପହଞ୍ଚି ସ୍ଵଚ୍ଛତା ଅଭିଯାନରେ ଥିବା ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ । ଦୀର୍ଘ ୧୨ ବର୍ଷ ଧରି ଉଭୟ ସହରର ମନ୍ଦିର, ପର୍ଯ୍ୟଟନସ୍ଥଳୀ, ହସ୍ପିଟାଲ୍ ଓ ସରକାରୀ ବେସରକାରୀ ବିଭିନ୍ନ ଉତ୍ସବ ମାନଙ୍କରେ ସ୍ୱଚ୍ଛତା ଅଭିଯାନ ଓ ପଲିଥିନ୍ ମୁକ୍ତ ସଚେତନତା ଅଭିଯାନ ଅୟୋଜନ କରୁଥିବା, ପରିବେଶ ସୁରକ୍ଷା, ରକ୍ତଦାନ ଶିବିରର ଆୟୋଜନ, ତ୍ରିରଙ୍ଗା କାର୍ଯ୍ୟକ୍ରମ ସହ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ କରୁଥିବା ଓ ଜିଲ୍ଲା ପ୍ରଶାସନ ସହିତ ଯୋଡି ହୋଇ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ଓ ସବୁ ଧର୍ମର ଲୋକେ ଏହି ସଙ୍ଗଠନରେ ସାମିଲ୍ ହୋଇ ସାରା ବିଶ୍ୱକୁ ସର୍ବ ଧର୍ମ ସମନ୍ୱୟର ବାର୍ତ୍ତା ପ୍ରଦାନ କରୁଥିବା ବିଷୟ ଅନୁଷ୍ଠାନର ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତ ଓ କୋଡ଼ିନେଟର ମନୋରଞ୍ଜନ ତ୍ରୀପାଠୀଙ୍କ ଠାରୁ ଶୁଣି ମନ୍ତ୍ରୀ ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଵଚ୍ଛ ଭାରତ ଅଭିଯାନକୁ ସଫଳ କରାଇ ଏକ ସ୍ଵଚ୍ଛ ଭାରତ, ସୁସ୍ଥ ଭାରତ ଓ ସଶକ୍ତ ଭାରତ ଗଠନ ଦିଗରେ ସହାୟତାର ହାତ ବଢ଼ାଇବାକୁ ମନ୍ତ୍ରୀ ଶ୍ରୀ ନାୟକ ସ୍ୱେଚ୍ଛାସେବୀଙ୍କୁ ପରାମର୍ଶ କରିଥିବା ବେଳେ ସ୍ବଚ୍ଛ ଭାରତ ଅନୁଷ୍ଠାନ ପକ୍ଷରୁ ପଞ୍ଚାୟତି ଓ ପାନୀୟ ଜଳ ଯୋଗାଣ ବିଭାଗର ସଫଳତା ସହ ଓଡ଼ିଶା ଦୃତ ବିକାଶ ଓ ସରକାରଙ୍କ ସଫଳତା କାମନା କରାଯାଇଥିଲା ।

Leave A Reply

Your email address will not be published.