ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡିଶା ଉଚ୍ଚ ନ୍ୟାୟାଳୟ କଟକଙ୍କ ଆଦେଶ ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକଙ୍କ ନିର୍ଦେଶ କ୍ରମେ ଏବଂ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁରର ଅଧ୍ୟକ୍ଷଙ୍କ ତତ୍ୱାବଧାନରେ ଆଜି ଜିଲ୍ଲା ନ୍ୟାୟାଳୟ ପରିସର ସୋନପୁର ଠାରେ ଶିଶୁ ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ଅଧୀନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ୭୪ ଜଣ ଛାତ୍ରୀଛାତ୍ର ଯୋଗଦାନ କରିଥିଲେ । ଏଥିରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁରର ଅଧକ୍ଷ ଦିଲୀପ କୁମାର ବିଶ୍ୱାଳ, ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁରର ସଚିବ ଦେବାଶିଷ ଦାସ, ବରିଷ୍ଠ ଦେୱାନୀ ଜଜ ଗଗନ ସାହୁ, ମହିଳା କୋର୍ଟ ବିଚାରପତି ଶ୍ରୀମତୀ ବବିତା ପାତ୍ର, ସିଭିଲ କୋର୍ଟ ରେଜିଷ୍ଟ୍ରାର ପ୍ରଜ୍ଞା ପାରମିତା ପ୍ରତିହାରୀ, ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ଵଦେଷ୍ଣା ପଟ୍ଟନାୟକ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମିସ ପ୍ରଣତି ରଥ, ପ୍ରୋବେସନ ଅଫିସର ରାହୁଲ ବିକ୍ରମ ପାଠୀ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଯୋଗିତା ଶେଷରେ ସମସ୍ତ ଛାତ୍ରୀଛାତ୍ରଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରଯାଇଥିଲା ।