ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ସ୍କାଉଟ ଗାଇଡ ରାଜ୍ୟ ମୁଖ୍ୟାଳୟରେ ନଭେମ୍ବର ୧୮ରୁ ରାଜ୍ୟ ସ୍କାଉଟ ମୁଖ୍ୟ କମିଶନର ଡ. କାଳୀ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଛି ଉଡ଼ାନ କ୍ୟାମ୍ପ । ଏଥିରେ ରାଜ୍ୟର ୨୫ଟି ଜିଲ୍ଲାରୁ ୭୫୦ ସ୍କାଉଟଗାଇଡ, ସ୍କାଉଟ୍ ମାଷ୍ଟର ଏବଂ ଗାଇଡ କ୍ୟାପଟେନ ଭାଗ ନେଇଛନ୍ତି । ଏହି ଅବସରରେ ରାଉରକେଲାର ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଉଦିତନଗରର ସ୍କାଉଟ୍ ମାଷ୍ଟର ଦେବାଶିଷ ପାତ୍ର ଏବଂ ଦୀପିକା ଇସ୍ପାତ ଶିକ୍ଷା ସଦନର ଗାଇଡ ଡିଓସି ଲକ୍ଷ୍ମୀ ସାହୁଙ୍କ ତତ୍ତ୍ଵାବଧାନରେ ରାଉରକେଲାର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଉଦିତନଗର ୫ ଜଣ ସ୍କାଉଟ୍ ଜଣେ ଗାଇଡ, ଦୀପିକା ଇସ୍ପାତ୍ ଶିକ୍ଷା ସଦନ ସେକ୍ଟର ୧୮ର ୬ ଜଣ ଗାଇଡ ଏବଂ ନୀଳମାଧବ ବିଦ୍ୟା ମନ୍ଦିର ସେକ୍ଟର ୧ର ୩ଜଣ ଗାଇଡଙ୍କୁ ଜିଲ୍ଲା ସ୍ତରରୁ ଚୟନ କରାଯାଇଛି । ସେମାନେ ଉଡାନ୍ କାର୍ଯ୍ୟକ୍ରମରେ ବକ୍ତୃତା, ଯୋଗ, ତର୍କ ବିତର୍କ, ଆର୍ଟ ଆଣ୍ଡ କ୍ରାଫ୍ଟ , ଡ୍ରାମା, ଲୋକନୃତ୍ୟ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଉଦିତନଗରର ଛାତ୍ରୀ ଶିବାନୀ କର ସ୍ଵର୍ଣ୍ଣ ପଦକ ଏବଂ ଦୀପିକା ଇସ୍ପାତ୍ ଶିକ୍ଷା ସଦନର ଛାତ୍ରୀ ଲିପ୍ସା ଦୀପ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାକୁ ନେଇ ରାଉରକେଲାର ସ୍କାଉଟ କମିଶନର ବ୍ରଜେନ୍ଦ୍ର ଦାଶ, ସ୍କାଉଟ ସମ୍ପାଦକ ସନ୍ତୋଷ କୁମାର ନାୟକ, ବିଶ୍ରା ବିଇଓ ସୁପ୍ରଭାତ କୁମାର ବେହେରା, ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଉଦିତନଗରର ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ଗାୟତ୍ରୀ ସେଠୀ, ଦୀପିକା ଇସ୍ପାତ୍ ଶିକ୍ଷା ସଦନର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସୁଚିତ୍ରା ଲେଙ୍କା ଏବଂ ଅଭିଭାବକମାନେ ଅଭିନନ୍ଦନ ଜଣାଇଛନ୍ତି ।
Prev Post
Next Post