୧୫୦ ଟିଣ ତେଲ ସହ ପିକ୍‌ଅପ୍ ଜବତ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଧୀନ ଚଟୁଅନଙ୍କା ଗାଁରେ ଥିବା ପ୍ରହରୀ ମଣ୍ଡପ ଠାରେ ବ୍ୟବସାୟୀ ମୁକେଶ କୁମାର ଜୈନଙ୍କ ଗୋଦାମ ଘରରକୁ ଏକ ଗାଡ଼ି ଲଗାଇ ଖାଇବା ତେଲ ଟିଣ ଚୋରି କରି ନେଇଥିଲେ । ଏନେଇ ମୁକେଶ ଜୈନ କଣ୍ଟାବାଞ୍ଜି ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି । ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ନେତୃତ୍ୱରେ ପୂର୍ଣ୍ଣିମା ଓରାମ, ଏସ୍‌ଆଇ ଇଶ୍ୱର ଚନ୍ଦ୍ର ମାଝୀ, ଜିତେନ୍ଦ୍ର ଖୁରା, ଏଲ୍‌ ସୁରେନ୍ ଚରଣ ଛତରଙ୍କୁ ନେଇ ୫ ଜଣିଆ ଟିମ୍ କରି ଦେଓଗାଁ ବ୍ଲକର ବନ୍ଧପଡ଼ା ଫାଣ୍‌ଣ୍ଡି ଅଧୀନରେ ଥିବା ଡୁମେରପିଟାରୁ ରବିବାର ଦିନ ଭୋର ସକାଳୁ ଚଢ଼ାଉ କରିଥିଲେ । ମାଷ୍ଟର ମାଇଣ୍ଡ ଅବତାର ପଟେଲ (୨୩) ଏବଂ ବେଲପଡ଼ା ଥାନା ଅଧୀନରେ ଥିବା ଲଥାକେନ୍ଦ ଗାଁର ସନ୍ତୋଷ ପୁଞ୍ଜି (୩୫)ଙ୍କୁ ଗିରଫ କରି ଜେଲ୍ ପଠାଇ ସେମାନଙ୍କ ଠାରୁ ୧୫୦ ଟିଣ ତେଲ ଏକ ଲକ୍ଷ ପଚାଶ ହଜାର ଟଙ୍କା ଏବଂ ଏକ ବୋଲେରୋ ଓଡ଼ି ୦୮ ଡ଼ି ୪୬୪୭ ଗାଡ଼ିକୁ ଜବତ କରିଛି । କଣ୍ଟାବାଞ୍ଜି ପୋଲିସ ସେଠାରୁ ୧୫୦ ଟିଣ ତେଲ ଜବତ କରିଥିବା ବେଳେ ତାହା ଅସଲି ନା ନକଲି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ । ଅନ୍ୟପକ୍ଷେ ବଙ୍ଗୋମୁଣ୍ଡା ଫାଟକ ନିକରୁ କଣ୍ଟାବାଞ୍ଜି ପୋଲିସ ଏକ କିରାନା ଦୋକାନ ମାଲିକଙ୍କୁ ମଧ୍ୟ ଅଟକ ରଖି ତେଲ ଚୋରି ଘଟଣାକୁ ନେଇ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.