
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସ୍ତରରୁ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ଜିଲ୍ଲା ପ୍ରଶାସନ ମାଧ୍ୟମରେ ଜିଲ୍ଲାରେ ଅବସ୍ଥିତ ଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ୫ଟି ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କୁ ଜିଲ୍ଲା ସ୍ତରରେ ରାଜ୍ୟ ସ୍ତରୀୟ ମହକ ଓ ଉତ୍ସାହ ପ୍ରତିଯୋଗିତା ହେବାକୁ ଥିବା କଳିଙ୍ଗ ଷ୍ଟାଡିୟମ୍, ଭୁବନେଶ୍ୱର ଠାରେ ଅଂଶ ଗ୍ରହଣ କରିଥିବା ପ୍ରଥମ, ଦ୍ଵିତୀୟ ଓ ତୃତୀୟ କୃତି ଶିଶୁ ମାନଙ୍କୁ ରାଜ୍ୟ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ସାମାଜିକ କର୍ମୀ ହରିବନ୍ଧୁ ରାଉତଙ୍କୁ ଶିଶୁ ମାନଙ୍କୁ ସୁରକ୍ଷିତ ଭାବେ ଅଂଶ ଗ୍ରହଣ କରିବା ପାଇଁ ପଠାଯାଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଡ. ଅନୁପମା ପ୍ରଧାନ ସମସ୍ତ ଶିଶୁ ମାନଙ୍କୁ ଗସ୍ତ ସମୟରେ ବିଜୟୀ ହେବା ପାଇଁ ଉତ୍ସାହିତ କରିବା ସହ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରୋଗ୍ରାମ ଅଫିସର୍ ଆଶିଷ ନାୟକ, ସାମାଜିକ କର୍ମୀ ଅରୁଣ କୁମାର ଖୁଆସ, ଆଇନ୍ ପରୀବେକ୍ଷକ ଅଧିକାରୀ ଦିଗାମ୍ବର କର, ଗଣେଶ ସୁନା, ପାର୍ବତୀ ଗିରି ବାଳ ନିକେତନର ଆଶିଷ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ ।