- ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
- ତଦନ୍ତ ଆରମ୍ଭ କଲା ପୁଲିସ
ଦେଓଗାଁ, (ମନୀଷ କୁମାର ସାହୁ) : ଘଞ୍ଚ ଜଙ୍ଗଲ ଭିତରେ ପଡ଼ିଛି ମହିଳାଙ୍କ ଅର୍ଦ୍ଧନଗ୍ନ ଶବ । ଶବଟି ପଚି ଯାଇଥିବାରୁ ଦୁର ଗନ୍ଧରେ ଫାଟି ପଡୁଛି ଜଙ୍ଗଲ । ତେବେ ଏହି ମହିଳାଙ୍କ ଶବକୁ କିଏ ଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେଓଗାଁ ଥାନା ଅଞ୍ଚଳରେ । ମିଳିଥିବା ସୂଚନା ଅନୁସାରେ ବନ୍ଧପଡ଼ା ପୁଲିସ ଫାଣ୍ଡିର ଗୋଏଲପିଟା – ଡୁମେରପିଟା ରାସ୍ତାରୁ ଅଧ କିଲୋମିଟର ଦୂର ବାମ ପାର୍ଶ୍ୱରେ ଥିବା କୁମୁସିନ ଜଙ୍ଗଲରେ ଜଣେ ମହିଳାଙ୍କ ଶବ ପଡିଥିବାର ଦୁଇଜଣ ଛେଳି ଚରାଲି ସକାଳେ ଦେଖିବା ପରେ ଗାଁ ଲୋକଙ୍କୁ ଖବର ଦେଇଥିଲେ । ଏନେଇ ଜମି ମାଲିକ ପୁଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡା ସଦଳବଳ ଧରି ପହଞ୍ଚିବା ପରେ ପ୍ରାଥମିକ ତଦନ୍ତ ଆରମ୍ଭ କରି ଶବକୁ ଜବତ କରିଥିଲେ । ଶବଟିର ପାରି ପାର୍ଶ୍ଵ ସ୍ଥିତିକୁ ଦେଖିଲେ ମହିଳା ଜଣଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଧେହ ହେଉଛି । କପା ବିଲ ନିକଟରେ ମହିଳାଙ୍କ ଭଙ୍ଗା ଚୁଡି, ଶାଢ଼ି, ଶାଲ ପଡ଼ଥିବାରୁ ଦୁଷ୍କର୍ମକୁ ନେଇ ଅଧିକ ସନ୍ଦେହ ଘନୀଭୂତ ହେଉଛି । ତେବେ ନିଛାଟିଆ ଘଞ୍ଚ ଜଙ୍ଗଲ ଭିତରକୁ କିଭଳି ଭାବେ ମହିଳା ଜଣକ ଗଲେ ? ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଛି ନା ତାଙ୍କ ସ୍ଵାମୀ ହତ୍ୟା କରି ଫିଙ୍ଗି ଦେଇଛନ୍ତି ଏସବୁକୁ ନେଇ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ପୁଲିସର ତଦନ୍ତ ପରେ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଲୋଚନା ହେଉଛି । ତେବେ ଏନେଇ ବଲାଙ୍ଗିର ଏସ୍ଡିପିଓ ସରୋଜ ଉପାଧ୍ୟାୟଙ୍କୁ ପଚାରିବାରୁ ଜଣେ ମହିଳାଙ୍କ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି । ରିପୋର୍ଟ ମିଳିଲା ପରେ ଜଣାପଡ଼ିବ ଦୁଷ୍କର୍ମ କରି ହତ୍ୟା ହେଇଛି କି ନାହିଁ ବୋଲି କହିଛନ୍ତି । ଦେଓଗାଁ ଥାନା ଅଞ୍ଚଳରେ ବେଧଡକ ଭାବେ ନିଶା କାରବାର ଚାଲୁଥିବାରୁ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରିବା ସହ ହତ୍ୟା କରି ଫେରାର ହେଇଛନ୍ତି ଦୁର୍ବୃତ୍ତ । ଦିନକୁ ଦିନ ଅପରାଧ ଉପର ମୁହାଁ ହେବାରେ ଲାଗିଛି । ତେବେ ବେଆଇନ ବିଦେଶୀ ମଦ ଦିନ ଦେଇ ପହରେ ତୁଷୁରାରୁ ଦେଓଗାଁର ବିଭିନ୍ନ ଗାଁକୁ ଚାଲାଣ ହେଉଛି । କିନ୍ତୁ ପୁଲିସ ଓ ଅବକାରୀ ବିଭାଗ ନିଦା ବିଷ୍ଣୁ ସଜିଥିବାରୁ ନିଶା ବିକ୍ରି ଜୋରସୋରରେ ଚାଲିଥିବା ଦେଖା ଦେଇଛି । ଏହି ନିଶାରେ ଚୁର ହେଉଥିବା ଅଳ୍ପ ବୟସ ପିଲା ଏବେ ଅପରାଧ ମୁହାଁ ହେଉଛନ୍ତି । ଏଣୁ ଏ ଦିଗରେ ପୁଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।