ଯୁବ ଖବରଦାତା ରଜନୀ ରେଡ୍ଡିଙ୍କ ଅକାଳ ବିୟୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ଗ୍ରାମର ଯୁବ ଖବରଦାତା ରଜନୀ ରେଡ୍ଡି (୩୮)ଙ୍କ ଗତକାଲି ବିଳମ୍ବିତ ରାତିରେ ଅକାଳ ବିୟୋଗ ଘଟିଛି । ଡାଇବେଟିସ ରୋଗରେ ଆକ୍ରାନ୍ତ ହୋଇ ଏକ ସପ୍ତାହ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ପରଲୋକ ହୋଇଛି । ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ୟୁନିଟ ହେଡ଼ ଅଜୟ ଗୁପ୍ତା, ମାନବ ସମ୍ବଳ ଅଧିକାରୀ ନୀରଜ ପଟ୍ଟନାୟକ, ଦୁର୍ଯ୍ୟୋଧନ ରେଡ୍ଡି, ପ୍ରେସ କ୍ଲବ ସଭାପତି ଶବର କୁମାର ତରାଇ, ଜିଲ୍ଲାପରିଷଦ ସନାତନ ବେହେରା, ରାକେଶ ଦାସ, ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ଭାଗ୍ୟ ରେଡ୍ଡି, ପୂର୍ବତନ ସରପଞ୍ଚ ଶ୍ୟାମା ରେଡ୍ଡି, ମନୋଜ ପ୍ରଧାନଙ୍କ ସମେତ ବହୁ ମାନ୍ୟଗନ ବ୍ୟକ୍ତି ସ୍ୱର୍ଗତ ରଜନୀଙ୍କ ବାସଭବନ ଯାଇ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ସ୍ୱର୍ଗତ ରଜନୀ ସହର ନିକଟସ୍ଥ ଗ୍ରାସୀମ କମ୍ପାନୀର ସୁରକ୍ଷା କର୍ମଚାରୀ ଭବେ କାର୍ଯ୍ୟରତ ଥିବାବେଳେ ଯୁବ ସଂଗଠକ ଓ ଖବରଦାତା ଭାବେ ସେ ବେଶ ଜଣାଶୁଣା ଥିଲେ ।

Leave A Reply

Your email address will not be published.