ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଅଧୀନ ରେଙ୍ଗାଲି କ୍ଲଷ୍ଟରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ସଲତରଙ୍କ ସଭାପତିତ୍ବରେ ସଂଯୋଜକ ଦତ୍ତାତ୍ରେୟ ପଧାନ, ତାଲଜୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀପତି ନନ୍ଦ, ଶିକ୍ଷକ ନିର୍ମଳ କୁମ୍ଭାର ପ୍ରମୁଖ ମଞ୍ଚାସୀନ ହୋଇ ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଗଣିତ ଦୌଡ଼ଠୁ ଆରମ୍ଭ କରି ଆମ କଳା ଓ ଆମ ସଂସ୍କୃତିକୁ ନେଇ ଦଳଗତ ନାଚ ପ୍ରଦର୍ଶିତ ହୋଇଥିଲା । ଶିକ୍ଷକ ମୋହନ ମିଶ୍ର, ସୀତାରାମ ଭୋଇ, ଚିନ୍ତାମଣି ଯୁଏଡ୍, ଚନ୍ଦ୍ରଶେଖର ଜଗଦଲା, ଝୁନା ମେହେର, ଶିକ୍ଷୟତ୍ରୀ ରୀତାରାଣୀ ଜେନା, ରୋଜାଲିନ ଦେବୀ, ଝରଣା ବିଶ୍ଵାଳ, ବନିତା ମାଝୀଙ୍କ ସମେତ ଗ୍ରାମର ଯୁବଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତାଲଜୁରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦିଲୀପ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷକ ଅଭିମନ୍ୟୁ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post