mahavir

ଓମ ଭ୍ୟାଲି ସ୍କୁଲର ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମହାବୀର ପେପର ମିଲକୁ ଶିଳ୍ପ ସମ୍ବନ୍ଧୀୟ ଭ୍ରମଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଓମ ଭ୍ୟାଲି ସ୍କୁଲ ସଦାବେଳେ ବିଦ୍ୟାର୍ଥୀଙ୍କ ପାଠପଢା ପାଇଁ ନୂତନ ପଦ୍ଧତି ଅବଲମ୍ବନ କରିବା ସହ ନୂତନ ଜ୍ଞାନ କୌଶଳ ପାଇଁ ପ୍ରାୟୋଗିକ ବିଦ୍ୟା ପ୍ରଦାନ କରାଯାଇଥାଏ । ସ୍କୁଲର ଛାତ୍ରଛାତ୍ରୀ କିପରି ଭଲ ପାଠ ପଢ଼ିବେ, କିଭଳି ନୂଆ ନୂଆ ପଦ୍ଧତିରେ ସେମାନଙ୍କୁ ସହଜରେ ବୁଝି ପାରିବେ ସେନେଇ ସ୍କୁଲର ଚେୟାରମେନ ଦୀପକ ସାହୁ ସଦାବେଳେ ଚେଷ୍ଟିତ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଟିଟିଲାଗଡ଼ ନିକଟସ୍ଥ ମହାବୀର ପେପର ମିଲକୁ ଶିଳ୍ପ ସମ୍ବନ୍ଧୀୟ ପ୍ରାୟୋଗିକ ଭ୍ରମଣରେ ଯାଇଥିଲେ । ସେଠାରେ ପେପର ମିଲର ସିଇଓ ପି. କେ ମେହେର, ଏଗଜିକ୍ୟୁଟିଭ ଡାଇରେକ୍ଟର ସୋମ ମେହେର ଏବଂ କାର୍ଯ୍ୟରତ ଅଧିକାରୀଙ୍କ ସହ ପ୍ରଥମେ ଆଲୋଚନା କରିବା ପରେ ମିଲ ଭିତରକୁ ଯାଇ ପେପର କିପରି ପ୍ରସ୍ତୁତ ହୁଏ ? ପ୍ରସ୍ତୁତ ପରେ କିପରି ପ୍ୟାକିଂ ହୁଏ ? କିଭଳି ଏବଂ କେଉଁଠାକୁ ବିକ୍ରି ପାଇଁ ପଠ।ଯାଏ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଏହି ଶିଳ୍ପ ପରିଦର୍ଶନରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହ ଅଧ୍ୟକ୍ଷ ଏମ୍‌ ନାଗେ ମଲେଶ୍ୱର୍ ରାଓ, ପିଜିଟି କମର୍ସ ବିଭାଗର ଏଚ୍‌ଓଡି ପ୍ରତାପ ସାହୁ, ପିଜିଟି ହିଷ୍ଟ୍ରି ଶ୍ରୀମତୀ ସରିତା ମହାପାତ୍ର, ଏସ୍‌କେଏଚ୍‌ ବେଗମ, ପିଜିଟି କେମିଷ୍ଟ୍ରି ଅଭିଳାଷ ମହାପାତ୍ର, ପିଜିଟି ଫିଜିକ୍ସ ଅମରେଶ ମେହେର, ପିଜିଟି ମେଥ ମେଟିକ୍ସ ସୁନିଲ କୁମାର ଯାଇଥିଲେ ।

Leave A Reply

Your email address will not be published.